ଓଡିଶା

odisha

ETV Bharat / city

ମାତିଛନ୍ତି ଚୋର, ସ୍ବପ୍ନେଶ୍ବର ମନ୍ଦିରରୁ ନେଇଗଲେ ୫ଲକ୍ଷ ଟଙ୍କାର ମୂର୍ତ୍ତି - 5 lakh idol stolen

ରାଜଧାନୀରେ ମାତିଲେ ମୂର୍ତ୍ତି ଚୋର । ବିଳମ୍ବିତ ରାତ୍ରୀରେ ସ୍ବପ୍ନେଶ୍ବର ମନ୍ଦିରରୁ ୫ଲକ୍ଷ ଟଙ୍କାର ମୂର୍ତ୍ତି ଚୋରି କରିନେଲେ ଦୁର୍ବୃତ୍ତ। ଅଧିକ ପଢନ୍ତୁ....

ରାଜଧାନୀରେ ମାତିଲେ ମୂର୍ତ୍ତି ଚୋର,  ସ୍ବପ୍ନେଶ୍ବର ମନ୍ଦିରରୁ ୫ଲକ୍ଷ ଟଙ୍କାର ମୂର୍ତ୍ତି ଚୋରି
ରାଜଧାନୀରେ ମାତିଲେ ମୂର୍ତ୍ତି ଚୋର, ସ୍ବପ୍ନେଶ୍ବର ମନ୍ଦିରରୁ ୫ଲକ୍ଷ ଟଙ୍କାର ମୂର୍ତ୍ତି ଚୋରି

By

Published : Oct 17, 2021, 8:22 AM IST

ଭୁବନେଶ୍ବର:ହୁସିଆର ରାଜଧାନୀରେ ମାତିଛନ୍ତି ମୂର୍ତ୍ତି ଚୋର । ଟଙ୍କା କି ଗହଣା ନୁହଁ ଏମାନଙ୍କ ନଜର ଦୁର୍ଲଭ ମୂର୍ତ୍ତି ଉପରେ । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ହରିଦାସପୁରର ସ୍ବପ୍ନେଶ୍ବର ମନ୍ଦିରରୁ ୫ଲକ୍ଷ ଟଙ୍କାର ମୂର୍ତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି । ପୂଜକ ରାତ୍ରୀ ସମୟରେ ମନ୍ଦିରରେ ତାଲା ପକାଇ ଘରକୁ ଯିବା ପରେ ବିଳମ୍ବିତ ରାତ୍ରୀରେ ମନ୍ଦିରରୁ ରାଧା କୃଷ୍ଣ ଚନ୍ଦ୍ରଶେଖର ଅଷ୍ଟଧାତୁ ମୂର୍ତ୍ତିକୁ ଚୋରି କରିନେଇଛନ୍ତି ଦୁର୍ବୃତ୍ତ ।

ତେବେ ପରଦିନ ସକାଳ ସମୟରେ ପୂଜକ ମନ୍ଦିର ଆସିଥିବାବେଳେ ତାଲା ଭଙ୍ଗାଯିବା ସହ ମନ୍ଦିରରେ ଥିବା ଅଷ୍ଟଧାତୁରେ ନିର୍ମିତ ବିଗ୍ରହ ନଥିବା ଦେଖିବାକୁ ପାଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମନ୍ଦିରରୁ କେବଳ ମୂର୍ତ୍ତି ଚୋରି ହୋଇଥିବା ବେଳେ ଦାନବାକ୍ସ ଓ ଅନ୍ୟାନ୍ୟ ଗହଣା ଚୋରି ହୋଇନଥିବା ଜଣାପଡିଛି ।

ଭୂବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details