ଓଡିଶା

odisha

ETV Bharat / city

ଏଯାଏଁ 5 ଜୀବନ ନେଲାଣି ‘ଫନି’

ବାତ୍ୟା ‘ଫନି’ରେ ମୋଟ 5 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । କେନ୍ଦ୍ରାପଡା ରାଜନଗର ବ୍ଲକର 70 ବର୍ଷୀୟା ବୃଦ୍ଧା ଉଷା ବୈଦ୍ୟଙ୍କର ମୃତ୍ୟୁ ଘଟିଛି।

By

Published : May 3, 2019, 2:00 PM IST

ଫାଇଲ ଫଟୋ

ଭୁବନେଶ୍ବର: ତାଣ୍ଡବ ରଚିଛି ଭୟଙ୍କର ବାତ୍ୟା ଫନି । ଏହାର ପ୍ରଭାବରେ ଲାଗିରହିଛି ପ୍ରବଳ ବର୍ଷା । ପବନର ବେଗ ଏତେ ଅଧିକ ରହିଛି ଯେ ବିଭିନ୍ନ ଅଞ୍ଚଳରେ ବଡ ବଡ ଗଛ ଉପୁଡି ପଡିଛି । ଫଳରେ ଅନେକ ସ୍ଥାନର ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଏହାସହ ବାତ୍ୟାରେ ମୋଟ 5 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି ।

ସୂଚନା ଅନୁସାରେ, କେନ୍ଦ୍ରାପଡା ରାଜନଗର ବ୍ଲକର 70 ବର୍ଷୀୟା ବୃଦ୍ଧା ଉଷା ବୈଦ୍ୟଙ୍କର ମୃତ୍ୟୁ ଘଟିଛି। ବାତ୍ୟା ଆଶ୍ରୟସ୍ଥଳରେ ଥିବା ସମୟରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ସୂଚନା । ଏହାସହ ପୁରୀ ଜିଲ୍ଲାରେ କାନ୍ଥ ପଡି 2 ଜଣ ଗୁରୁତର ହୋଇଥିଲେ । ଫଳରେ ଦୁହିଁଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେହିଭଳି ନୟାଗଡ ଦଶପଲ୍ଲାରେ କାନ୍ଥ ପଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହାସହ ସାକ୍ଷୀଗୋପାଳ ହିରଣ୍ୟପଡା ଗାଁରେ ଜଣେ 18 ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details