ଭୁବନେଶ୍ବର: ଭୁବନେଶ୍ବରରେ ପୁଣି 5 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସମସ୍ତ ଆକ୍ରାନ୍ତ ପ୍ରବାସୀ ଓଡିଆ ହୋଇଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।
ଡୁମଡୁମା ଓ ଘାଟିକିଆ ଅଞ୍ଚଳରୁ ଚିହ୍ନଟ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଥିବା ବେଳେ ଅନ୍ୟ ଜଣେ ଓଲଡ ଟାଉନର ହୋଇଥିବା ବେଳେ ସେ ଗୁଜୁରାଟରୁ ଫେରିଥିବା ଜଣାପଡିଛି । ସେହିପରି ପୋଖରୀପୁଟରେ ଚିହ୍ନଟ ଆକ୍ରାନ୍ତ ନିଜ ପରିବାର ସହିତ ଦିଲ୍ଲୀରୁ ଫେରିଥିଲେ । ତେବେ ଏହି 4 ଜଣ ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ଜଣେ କୋରୋନା ଆକ୍ରାନ୍ତରେ ସଂସ୍ପର୍ଶରେ ଆସି ସଂକ୍ରମଣର ଶିକାର ହୋଇଛନ୍ତି ।