ଓଡିଶା

odisha

ETV Bharat / city

ରାଜଧାନୀ ରାଜରାସ୍ତାରେ ଚିହ୍ନଟ ହେଲା ୫ଟି ବ୍ଲାକ ସ୍ପଟ - Speed

ଭୁବନେଶ୍ବରଠାରେ ଜାତୀୟ ରାଜପଥରେ ଚିହ୍ନଟ ହେଲା 5ଟି ବ୍ଲାକ ସ୍ପଟ । ଏଠାରେ ଶୀଘ୍ର ଲାଗିବ ବ୍ୟାରିକେଡ଼ ଏବଂ ସାଇନଏଜ । ଟ୍ରାଫିକ ଡିସିପିଙ୍କ ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : May 28, 2019, 10:24 PM IST

ଭୁବନେଶ୍ବର: ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥରେ ଚିହ୍ନଟ ହେଲା 5ଟି ବ୍ଲାକ ସ୍ପଟ । ଅର୍ଥାତ୍ ସବୁଠୁ ଅଧିକ ଦୁର୍ଘଟଣା ପ୍ରବଣ ଅଞ୍ଚଳ । ଆଇଗିଣିଆ ଛକ, ପାହାଳ, ବାଟ ଭୁଆଷୁଣି ଓ ଆଚାର୍ଯ୍ୟ ବିହାର ଓଭରବ୍ରିଜ ସ୍ଲୋପ ଏବଂ ନୟାପଲ୍ଲୀ ହୋଟେଲ କ୍ରାଉନ ସାମ୍ନା ଏହି ପାଞ୍ଚଟି ସ୍ଥାନକୁ ସ୍ପଟ ଭାବେ ଚିହ୍ନଟ କରିଛି କମିଶନରେଟ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବ୍ଲାକ ସ୍ପଟ ଚିହ୍ନଟ ପରେ ସେହି ଅଞ୍ଚଳରେ ପ୍ଲାଷ୍ଟିକ ବ୍ଯାରିକେଡ଼ ରାସ୍ତା ଉପରେ ଲଗାଇବାକୁ ଯୋଜନା ଚଳାଇଛି ପୋଲିସ । ଏଥିସହ ଦୁର୍ଘଟଣା ପ୍ରବଳ ଅଞ୍ଚଳ ଯୋଗୁଁ ଇନସାଇନିଆ ବା ସାଇନଏଜ ଲଗାଯିବା ନେଇ ମଧ୍ୟ ପ୍ରସ୍ତାବ ରହିଛି । ବିଗତ ୧ ମାସ ମଧ୍ଯରେ ଏହି ପାଞ୍ଚଟି ସ୍ଥାନରେ ଦୁର୍ଘଟଣା ଘଟି ଅନେକ ଯାତ୍ରୀଙ୍କ ପ୍ରାଣହାନୀ ଘଟିଛି । ତିନି ଦିନରେ ୫ଟି ଜୀବନ ଯିବାପରେ କମିଶନରେଟ ପୋଲିସର ବୁଦ୍ଧି ଉଦୟ ହୋଇଛି ।

ଏଣୁ ଏବେ ସେଠାରେ ଦ୍ରୁତ ଗାଡ଼ି ଚାଳନା ରୋକିବା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ବ୍ୟାରିକେଡ଼ ଏବଂ ଇନସାଇନିଆ ଲଗାଇବା ପରେ ଦୁର୍ଘଟଣା ରୋକାଯାଇପାରିବ ବୋଲି କହିଛନ୍ତି ଟ୍ରାଫିକ ଡିସିପି । ସକାଳୁ ରାତି ୧୦ଟା ଯାଏଁ କମିଶନରେଟ ପୋଲିସ ପକ୍ଷରୁ ଏହି ସ୍ପିଡ଼ ବ୍ରେକର ଲଗାଯିବ । ତେବେ ହାଇୱେ ଉପରେ ବ୍ୟାରିକେଡ଼ ଲାଗିବାର ନିୟମ ନଥିବାବେଳେ ଦୁର୍ଘଟଣା ରୋକିବା ପାଇଁ ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ କହିଛନ୍ତି ଟ୍ରାଫିକ ଡିସିପି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details