ଭୁବନେଶ୍ବର : ମୋ ସ୍କୁଲ ଅଭିଯାନରେ ଯୋଡି ହେଲା ରାଜ୍ଯର ଆଉ 4667 ନୂଆ ସ୍କୁଲ । 4664 ସ୍କୁଲ ପାଇଁ ମୋଟ 32 କୋଟି 54 ଲକ୍ଷ ହଜାର 599 ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏଥିପାଇଁ ବିଗତ ଏକ ମାସ ମଧ୍ୟରେ ପ୍ରାୟ 74 ହଜାର ପୁରାତନ ଛାତ୍ରଛାତ୍ରୀ 10.58 କୋଟି ଅଂଶଦାନ କରିଛନ୍ତି । ବାଲେଶ୍ବରରେ 3.32 କୋଟି, କେନ୍ଦୁଝରରେ 1.90 କୋଟି , ଭଦ୍ରକରେ 60.96 ଲକ୍ଷ, ପୁରୀରେ 44. 93 ଲକ୍ଷ ଏବଂ ସମ୍ବଲପୁରରେ 38.91 ଲକ୍ଷ ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି । ମୋ ସ୍କୁଲ ସହ ଯୋଡି ହୋଇଥିବା 4664 ବିଦ୍ୟାଳୟ ‘‘ ମୋ ସ୍କୁଲ ଅଭିଯାନ’’ ର 21 ତମ କାର୍ଯ୍ୟକାରୀ ପରିଷଦ ବୈଠକରେ ଏନେଇ ସୂଚନା ଦିଆଯାଇଛି। ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଅଧ୍ୟକ୍ଷତା କରିଥିଲେ ।
ଏହି ବୈଠକରେ ବିଭିନ୍ନ ପ୍ରକଳ୍ପଗୁଡିକର ଅଗ୍ରଗତି ଓ ତଦାରଖ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଥିଲା । ଜିଲ୍ଲାପୁରରେ ତଦାରଖ ଦଳ ଗଠନ କରାଯାଇ ବିଦ୍ୟାଳୟ ସ୍ତରରେ ମୋ ସ୍କୁଲ ପ୍ରକଳ୍ପର ତଦାରଖକୁ ତ୍ବରାନ୍ବିତ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୮୦୮୩ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ସାରିଥିବାବେଳେ ୧୬୨୮ଟି ପ୍ରକଳ୍ପର କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ବର୍ତ୍ତମାନ ସୁଦ୍ଧା ୩.୬୦ ଲକ୍ଷରୁ ପୂର୍ବ ପୁରାତନ ଛାତ୍ରଛାତ୍ରୀ "ମୋ ସ୍କୁଲ' ଅଭିଯାନରେ ସାମିଲ ହୋଇଛନ୍ତି ଏବଂ ରାଜ୍ୟରେ ସମସ୍ତ ଜିଲ୍ଲାର ପ୍ରାୟ ୨୨ ୦୦୦ ସ୍କୁଲକୁ ମୋ ସ୍କୁଲ' ଅଭିଯାନରେ ସାମିଲ କରାଯାଇଛି ।