ଓଡିଶା

odisha

ETV Bharat / city

ପିଆଜ ଗାଡ଼ିରେ ୪୫ ବସ୍ତା ଗଞ୍ଜେଇ, ୨ ଗିରଫ

ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ । ପିଆଜ ଗାଡ଼ିରେ ବିଶାଖାପାଟଣାରୁ ଆଲିଗଡ ହେଉଥିଲା ଚୋରାଚାଲାଣ । ଭୁବନେଶ୍ବରରେ ଧରିଲା ଡିଆରଆଇ ।

By

Published : Sep 4, 2019, 9:46 PM IST

Updated : Sep 4, 2019, 10:21 PM IST

ଡ଼ିଜାଇନ ଫଟୋ

ଭୁବନେଶ୍ବର: ବିଶାଖାପାଟଣାରୁ ଆଲିଗଡ ଭାୟା ଭୁବନେଶ୍ବର । ପିଆଜ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ । ଡିଆରଆଇ ହାତରେ ଧରାପଡିଲା ୪୫ ବସ୍ତା ଗଂଜେଇ ସହ ୨ ଅଭିଯୁକ୍ତ । ଗତ ୨ ତାରିଖରେ ଭୁବନେଶ୍ବର ଡିଆରଆଇ ୟୁନିଟ୍ ସୂଚନା ପାଇ ଆରମ୍ଭ କରିଥିଲା ଅପରେସନ ।

ଗାଡ଼ି ନଂ AP31TD990ଏକ ପିଆଜ ବୋଝେଇ ଟ୍ରକ ବିଶାଖାପାଟଣାରୁ ବାହାରି ଇଛାପୁରମ ଦେଇ ବ୍ରହ୍ମପୁର ଠାରେ ପହଞ୍ଚିଥିଲା । ଡିଆରଆଇ ଅଧିକାରୀ ଚେକିଂ ବେଳେ ଟ୍ରକଟି ଆଲିଗଡ ଯାଉଥିବା କହିଥିଲେ ଡ୍ରାଇଭର । ସନ୍ଦେହ ହେବାରୁ ଯାଞ୍ଚ କରିଥିଲେ ଅଧିକାରୀ । ଗାଡ଼ିରେ ଝୋଟ ଅଖା ବୋଝେଇ ୪୫ଟି ବସ୍ତାରେ ୯୮୮ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୁଲ୍ୟ ୧କୋଟି ୪୮ ଲକ୍ଷ ୩୨ହଜାର ୩୨୦ଟଙ୍କା ହେବ । ଏହି ଘଟଣାରେ ଟ୍ରକ ଡ୍ରାଇଭର ସହ ହେଲପରକୁ ଗିରଫ କରି ତଦନ୍ତ ଜାରି ରଖିଛି ଡିଆରଆଇ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Sep 4, 2019, 10:21 PM IST

ABOUT THE AUTHOR

...view details