ଓଡିଶା

odisha

By

Published : Oct 1, 2020, 8:11 PM IST

ETV Bharat / city

ଗୋଟିଏ ଦିନରେ କୋରୋନାକୁ ହରାଇ 4380 ସୁସ୍ଥ

କୋରୋନାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆଜି 4380 ସୁସ୍ଥ ହୋଇଛନ୍ତି ।

Today, 4,380 have been cured
ଆଜି ଗୋଟିଏ ଦିନରେ କୋରୋନାକୁ ହରାଇଲେ 4380ଜଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଚିନ୍ତାର କାରଣ ହୋଇଛି । ହେଲେ ଆଜି ଗୋଟିଏ ଦିନରେ ମୋଟ 4ହଜାର 3ଶହ 80 ଜଣ ଆକ୍ରାନ୍ତ ସୁସ୍ଥ ହେବା ସାମାନ୍ୟ ଆଶ୍ବସ୍ତି ଦେଇଛି ।

ରାଜ୍ୟରେ ଧିରେ ଧିରେ କୋରୋନା ଆକ୍ରାନ୍ତ ସୁସ୍ଥ ହେବାରେ ଲାଗିଛନ୍ତି । ଆଜି ଗୋଟିଏ ଦିନରେ ସମୁଦାୟ 4380ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ 770ଜଣ ଆରୋଗ୍ୟ ହୋଇଥିବା ବେଳେ କଟକରୁ 558ଜଣ, ପୁରୀରୁ 192ଜଣ, ଯାଜପୁରରୁ 124, ଜଗତସିଂହପୁରରୁ 233, ମୟୁରଭଞ୍ଜରୁ 155, ସମ୍ବଲପୁରରୁ 113, ଅନୁଗୁଳରୁ 119, ବାଲେଶ୍ୱରରୁ 122, କନ୍ଧମାଳରେ 61, ଝାରସୁଗୁଡାରେ 168, କେନ୍ଦ୍ରାପଡାରେ 124, ବରଗଡରୁ 135, କଳାହାଣ୍ଡିରେ 102, ଢେଙ୍କାନାଳରେ 90, ନବରଙ୍ଗପୁରରୁ 82, କୋରାପୁଟରୁ 53, ନୂଆପଡାରୁ 76, ସୋନପୁରରୁ 75, ବଲାଂଗୀରରୁ 49, ଭଦ୍ରକରୁ 60, କେନ୍ଦୁଝରରୁ 72, ସୁନ୍ଦରଗଡରୁ 233, ମାଲକାନାଗିରିରୁ 49, ନୟାଗଡରୁ 103, ଗଂଜାମରୁ 42, ରାୟଗଡାରୁ 42, ଗଜପତିରୁ 12, ଦେଓଗଡରୁ 20, ବୌଦ୍ଧରୁ 38, ସୋନପୁରରୁ 75ଜଣ ସୁସ୍ଥ ହେବା ସହ ଷ୍ଟେଟ ପୁଲରୁ 237 ଜଣ ସୁସ୍ଥ ହୋଇଛନ୍ତି ।

ଏଯାବତ୍ ରାଜ୍ୟରେ ସମୁଦାୟ 19ହଜାର 80ଜଣ ସୁସ୍ଥ ହୋଇଥିବା କହିଛି ରାଜ୍ୟ ପରିବାର ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details