ଓଡିଶା

odisha

ETV Bharat / city

ରାଜ୍ୟରେ ବଢୁଛି କୋରୋନା କାୟା, ଦିନକରେ 4340 ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ବଢୁଛି କୋରୋନା । 30ଟି ଜିଲ୍ଲାରୁ ପୁଣି 4340 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହୋମ କ୍ବାରାଣ୍ଟାଇନରୁ 2517 ଚିହ୍ନଟ ହୋଇଥିବାବେଳେ 1823 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଅନ୍ୟ ଜିଲ୍ଲା ଅପେକ୍ଷା ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ରାଜ୍ୟରେ ଅସମ୍ଭାଳ କୋରୋନା,  ଦିନକରେ 4340 ନୂଆ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଅସମ୍ଭାଳ କୋରୋନା, ଦିନକରେ 4340 ନୂଆ ଆକ୍ରାନ୍ତ ଚିହ୍ନଟ

By

Published : Sep 24, 2020, 12:08 PM IST

ଭୁବନେଶ୍ବର: ଦିନକୁ ଦିନ ଅଣାୟତ ହେଉଛି କୋରୋନା । 30ଟି ଜିଲ୍ଲାରୁ ପୁଣି 4340 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହୋମ କ୍ବାରାଣ୍ଟାଇନରୁ 2517 ଚିହ୍ନଟ ହୋଇଥିବାବେଳେ 1823 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଅନ୍ୟ ଜିଲ୍ଲା ଅପେକ୍ଷା ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ରାଜ୍ୟରେ ଅସମ୍ଭାଳ କୋରୋନା, ଦିନକରେ 4340 ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ବଢୁଛି ସଂକ୍ରମଣଙ୍କ ସଂଖ୍ୟା । ରାଜ୍ୟରେ ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ରହୁଛି । ଖୋର୍ଦ୍ଧାରେ 653 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ 567, ଅନୁଗୋଳ 155, ବାଲେଶ୍ବରରେ 162, ବରଗଡରେ 108, ଭଦ୍ରକରେ 105, ବଲାଙ୍ଗୀରରେ 53, ବୌଦ୍ଧରେ 67, ଦେଓଗଡରେ 22, ଢେଙ୍କାନାଳରେ 56, ଗଜପତିରେ 19, ଗଞ୍ଜାମରେ 90, ଜଗତସିଂହପୁରରେ 193, ଯାଜପୁରରେ 151, କଳାହାଣ୍ଡିରେ 58, କନ୍ଧମାଳରେ 143, କେନ୍ଦ୍ରାପଡାରେ 109, କେନ୍ଦୁଝରରେ 90, କୋରାପୁଟରେ 77, ମାଲକାନଗିରିରେ 34, ମୟୁରଭଞ୍ଜରେ 127, ନବରଙ୍ଗପୁର ରେ 143, ନୟାଗଡରେ 84, ନୂଆପଡାରେ 74, ପୁରୀରେ 203, ରାୟଗଡାରେ 62, ସମ୍ବଲପୁର ରେ 130, ସୋନପୁରରେ 129, ସୁନ୍ଦରଗଡରେ 138, ଷ୍ଟେଟ ପୁଲ 164 ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଅସମ୍ଭାଳ କୋରୋନା, ଦିନକରେ 4340 ନୂଆ ଆକ୍ରାନ୍ତ ଚିହ୍ନଟ

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 196888ରେ ପହଞ୍ଚି ଥିବାବେଳେ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି 157265 । ମୋଟ 38818 ରହିଛି ସକ୍ରିୟ ମାମଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details