ଓଡିଶା

odisha

ETV Bharat / city

ନିଟ ପରୀକ୍ଷା ପାଇଁ 4ଟି ସ୍ୱତନ୍ତ୍ର ଟ୍ରେନ, ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା - ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା

ରାଜ୍ୟରେ ନିଟ ପରୀକ୍ଷା ପାଇଁ 4ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ଠାରୁ ରାଜ୍ୟରେ ନିଟ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବା । ଆସନ୍ତା 13 ତାରିଖରେ ରହିଥିବା ନିଟ ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ସୁବିଧା ନିମନ୍ତେ ପୂର୍ବତଟ ରେଳବାଇ ପକ୍ଷରୁ ସୁବିଧା କରାଯାଇଛି। ଅଧିକ ପଢନ୍ତୁ...

ନିଟ ପରୀକ୍ଷା ପାଇଁ 4ଟି ସ୍ୱତନ୍ତ୍ର ଟ୍ରେନ, ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା
ନିଟ ପରୀକ୍ଷା ପାଇଁ 4ଟି ସ୍ୱତନ୍ତ୍ର ଟ୍ରେନ, ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା

By

Published : Sep 12, 2020, 2:14 AM IST

ଭୁବନେଶ୍ବର: ରାଜ୍ୟରେ ନିଟ ପରୀକ୍ଷା ପାଇଁ 4ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ଠାରୁ ରାଜ୍ୟରେ ନିଟ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବା । ଆସନ୍ତା 13 ତାରିଖରେ ରହିଥିବା ନିଟ ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ସୁବିଧା ନିମନ୍ତେ ପୂର୍ବତଟ ରେଳବାଇ ପକ୍ଷରୁ ସୁବିଧା କରାଯାଇଛି।

ଗୋଟିଏ ମେମୁ ପାସେଞ୍ଜର ସ୍ପେଶାଲ ଟ୍ରେନଟି ଭଦ୍ରକରୁ ଭୁବନେଶ୍ୱରକୁ ଚଳାଚଳ କରିବ । ଯାହା ଅପରାହ୍ନ 4 ଘଟିକାରେ ଭଦ୍ରକରୁ ଛାଡି ସଂଧ୍ୟା 7 ଘଟିକା 30 ମିନିଟ ରେ ଭୁବନେଶ୍ୱରରେ ପହଁଚିବ। ଏହି ଟ୍ରେନଟି ବୈତରଣୀ ରୋଡ଼, ହରିଦାସପୁର, ଧନମଣ୍ଡଳ, ନିର୍ଗୁଣ୍ଡି ଓ କଟକରେ ରହଣି କରିବ। ଦ୍ବିତୀୟ ଟ୍ରେନ କେନ୍ଦୁଝରରୁ ଭୁବନେଶ୍ୱର ଚଳାଚଳ କରିବ। ଯାହା ଅପରାହ୍ନ 4 ଘଟିକାରେ ଛାଡି 7 ଘଟିକା 30 ମିନିଟରେ ଭୁବନେଶ୍ୱରରେ ପହଞ୍ଚିବା । ଯାହା ହରିଚନ୍ଦ୍ରପୁର, ସୁକିଣ୍ଡା, ଜଖପୁର, ହରିଦାସପୁର, ଧନମଣ୍ଡାଲ, କପିଳାସ ଓ କଟକରେ ରହଣି କରିବ। ତୃତୀୟ ଟ୍ରେନଟି ରାୟଗଡାରୁ ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ ଯାହା ଅପରାହ୍ନ 4ଟାରେ ଛାଡି ରାତି 10 ଘଟିକାରେ ସମ୍ବଲପୁରରେ ପହଞ୍ଚିବା । ଯାହା ଥୁରୁବାଲି, ମୁନିଗୁଡା, କେସିଙ୍ଗା, ଟିଟିଲାଗଡ଼, ବଲାଙ୍ଗୀର, ବରପାଲି ଓ ବରଗଡରେ ରହଣି କରିବା । ଚତୁର୍ଥ ଟ୍ରେନଟି ଖଇରିଆ ରୋଡ଼ ଠାରୁ ସମ୍ବଲପୁର ମଧ୍ୟରେ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ। ଯାହା ଅପରାହ୍ନ 4 ଘଟିକାରେ ଛାଡି ସମ୍ବଲପୁରରେ ରାତି 10 ଟା 30 ମିନିଟ ରେ ପହଞ୍ଚିବ । ଏହା ନାବାପରା, ହରିଶଙ୍କର ରୋଡ଼, କଣ୍ଟାବାଞ୍ଝି, ଟିଟିଲାଗଡ଼, ବାରିପାଳ, ବରଗଡ ଷ୍ଟେସନରେ ରହିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details