ଓଡିଶା

odisha

ETV Bharat / city

ବଢିଲା ରାଜଧାନୀବାସୀଙ୍କ ଚିନ୍ତା, ୪ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜଧାନୀରେ ପୁଣି ୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରେ ଏମ୍ସର ଜଣେ କର୍ମଚାରୀ ହୋଇଥିବାବେଳେ ଅନ୍ୟ ୩ ଜଣ ଲୋକଲ କେସ ବୋଲି ଜଣାପଡିଛି ।

By

Published : Jun 4, 2020, 4:11 PM IST

କୋରୋନା ଚିନ୍ତା
ରାଜଧାନୀରେ ୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପଟେ ରାଜଧାନୀରେ ପୁଣି ୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ। । ରାଜଧାନୀର ଆଇଗିଣିଆ ଓ ଡୁମଡୁମାର ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆକ୍ରାନ୍ତଙ୍କ ମଧ୍ୟରେ ଏମ୍ସରେ ଜଣେ କର୍ମଚାରୀ ହୋଇଥିବାବେଳେ ଅନ୍ୟ ୩ ଜଣ ଲୋକଲ କେସ ବୋଲି ଜଣାପଡିଛି । ଏନେଇ ଟୁଇଟ କରି ସୂଚନା ଦେଇଛି ବିଏମସି । ତେବେ ଭୁବନେଶ୍ୱରରେ ହଠାତ ୪ ଜଣ ଆକ୍ରାନ୍ତ ଚିହ୍ନଟ ହେବା ରାଜଧାନୀବାସୀଙ୍କ ଚିନ୍ତା ବଢାଇଛି ।

ଭୁବନେଶ୍ବରରୁ ସଞ୍ଜୀବରାୟ, ଇଟିଭି ଭାରତ

ABOUT THE AUTHOR

...view details