ଓଡିଶା

odisha

ETV Bharat / city

ଯୁବକଙ୍କୁ ଅପହରଣ ପରେ 4ଲକ୍ଷ ଡିମାଣ୍ଡ, ଅପହୃତଙ୍କୁ ଖୋର୍ଦ୍ଧାରୁ ଉଦ୍ଧାର କଲା କମିଶନରେଟ ପୋଲିସ - Accused Court Forward

ପୂର୍ବ ଠକେଇ ଶତ୍ରୁତାକୁ ନେଇ ରାଜଧାନୀରୁ ଯୁବକଙ୍କୁ ଅପହରଣ । ଆଉ ଫିଲ୍ମ ଷ୍ଟାଇଲରେ ଏହି ଅପହରଣର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ...

ଯୁବକଙ୍କୁ ଅପହରଣ ପରେ 4ଲକ୍ଷ ଡିମାଣ୍ଡ, ଅପହୃତାଙ୍କୁ ଖୋର୍ଦ୍ଧାରୁ ଉଦ୍ଧାର କଲା କମିଶନରେଟ ପୋଲିସ
ଯୁବକଙ୍କୁ ଅପହରଣ ପରେ 4ଲକ୍ଷ ଡିମାଣ୍ଡ, ଅପହୃତାଙ୍କୁ ଖୋର୍ଦ୍ଧାରୁ ଉଦ୍ଧାର କଲା କମିଶନରେଟ ପୋଲିସ

By

Published : Jul 11, 2021, 9:56 PM IST

ଭୁବନେଶ୍ବର:ରାଜଧାନୀରୁ ଯୁବକଙ୍କୁ ଅପହରଣ ।ମନ୍ଦିର ପାଖକୁ ଆସିଲେ ଆଉ ମୁହଁରେ କଳାକନା ଘୋଡାଇ କାର ଭିତରକୁ ଟାଣି ନେଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ । ବ୍ୟବହୃତ OD 02 AP 7191ନମ୍ବର କାରରେ ନେଇ ଖୋର୍ଦ୍ଧାରେ ପହଞ୍ଚିଲେ। ସେଠାରୁ ଅପହରଣକାରୀ ଅପହୃତର ପରିବାରକୁ ୪ଲକ୍ଷ ଦିଅ ଅପହୃତ ସଦାନନ୍ଦ ସାହୁଙ୍କୁ ନେଇଯାଅ ବୋଲି ଧମକ ଦେଇଛନ୍ତି । ଯାହାକୁ ନେଇ ବିଚଳିତ ହୋଇ ସଦାନନ୍ଦଙ୍କ ପତ୍ନୀ ରଶ୍ମିତା ସାହୁ ପୋଲିସର ସାହାରା ନେଲେ । ଆଉ ଅପରାଧୀଙ୍କୁ ଟ୍ରାକ କରି ଖୋର୍ଦ୍ଧାରୁ ଅପହୃତକୁ ଉଦ୍ଧାର କରିବା ସହ ଦୁଇଜଣ ଅଭିଯୁକ୍ତଙ୍କ ଗିରଫ କରିଛି ପୋଲିସ ।

ଯୁବକଙ୍କୁ ଅପହରଣ ପରେ 4ଲକ୍ଷ ଡିମାଣ୍ଡ, ଅପହୃତାଙ୍କୁ ଖୋର୍ଦ୍ଧାରୁ ଉଦ୍ଧାର କଲା କମିଶନରେଟ ପୋଲିସ

ଏମିତି ଏକ ଫିଲ୍ମ ଷ୍ଟାଇଲରେ ଅପହରଣର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ଆଉ ପୋଲିସ ଜାଣିବାକୁ ପାଇଛି ଅପହୃତ ଜଣକ ପୂର୍ବରୁ କିଛି ଟଙ୍କା ନେଇ ଦୁଇଜଣ ଅପହରଣକାରୀଙ୍କୁ ପୋଲିସ ଚାକିରି ଦେବ କହି ଠକେଇ କରିଛନ୍ତି । ଯାହାକୁ ନେଇ ସେ ପଇସା ମାଗିବାରୁ ସଦାନନ୍ଦ ଅମଙ୍ଗ ହେବାରୁ ସେମାନେ ତାଙ୍କୁ ଅପହରଣ କରିଥିବା ଜଣାପଡିଛି ।

ତେବେ ଏନେଇ ଅପହରଣକାରୀମାନେ ହେଉଛନ୍ତି ପୁରୀ, ବଳଙ୍ଗା ଅଞ୍ଚଳର ପ୍ରମୋଦ କୁମାର ମହାନ୍ତି, ନୟାଗଡ ଟାଉନ ଅଞ୍ଚଳର ସନ୍ତୋଷ ପଟ୍ଟନାୟକଙ୍କୁ ଚନ୍ଦକା ଥାନା ପୋଲିସ ଗିରଫ କରିଛି । ଏନେଇ 365/323/341/342/34 IPCରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details