ଓଡିଶା

odisha

By

Published : Oct 15, 2019, 4:15 PM IST

ETV Bharat / city

ବିମାନବନ୍ଦରରୁ 12 ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ ଜବତ, 2 ଅଟକ

ଭୁବନେଶ୍ବର ବିମାନବନ୍ଦରରୁ 400 ପ୍ୟାକେଟ ସିଗାରେଟ ଜବତ ହୋଇଛି । ଡିଆରଆଇଓ ଓ ରାଜସ୍ୟ ଗୁଇନ୍ଦା ବିଭାଗର ତଦନ୍ତ ପରେ ଜବତ ହୋଇଛି ସିଗାରେଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ 400 ପ୍ୟାକେଟର ବିଦେଶୀ ସିଗାରେଟ ଜବତ । କୁଆଲାଲମପୁର ଏୟାର ଏସିଆରେ ଭୁବନେଶ୍ବରକୁ ଆସୁଥିବାବେଳେ ଜବତ କଲା ରାଜସ୍ବ ଗୁଇନ୍ଦା ବିଭାଗ । ଯାହାର ଆନୁମାନିକ ମୂଲ୍ୟ 12 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ଏୟାର ଏସିଆ ଫ୍ଲାଇଟରେ 2 ଜଣ ଯାତ୍ରୀ ସିଗାରେଟ ନେଇକି ଆସୁଥିବାର ସୂଚନା ପାଇ ଯାଞ୍ଚ କରିଥିଲା ଡିଆରଆଇଓ ଓ ରାଜସ୍ୟ ଗୁଇନ୍ଦା ବିଭାଗ । ଘଟଣାରେ 2 ଜଣକୁ ଅଟକ ରଖାଯାଇଛି ।

ସୂଚନାଯୋଗ୍ୟ,କୁଆଲାଲମପୁରରୁ ଭୁବନେଶ୍ବର ବିମାନବନ୍ଦର ଦେଇ କୋଲକାତା ଯାଇଥାନ୍ତା ସିଗାରେଟ ପ୍ୟାକେଟ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details