ଓଡିଶା

odisha

ETV Bharat / city

ନକଲି ବନ୍ଧୁକରେ ଡକାୟତି ଉଦ୍ୟମ, ରାଜଧାନୀରୁ ମାରଣାସ୍ତ୍ର ସହ ୪ଗିରଫ - duplicate gun

କମିଶନରେଟ ପୋଲିସ ହାତରେ ଚାରିଜଣିଆ ଲୁଟେରା ଗ୍ୟାଙ୍ଗ। ଏମାନେ ରାଜଧାନୀର ବଡଗଡ ଥାନା ଅନ୍ତର୍ଗତ ବ୍ରହ୍ମେଶ୍ୱର ପାଟଣାରେ ଏକ ବଡ ଯୋଜନା କରୁଥିଲେ । ସୂଚନା ପାଇଁ ଗିରଫ କରିଛି ବଡଗଡ ଥାନା ପୋଲିସ । ସେମାନଙ୍କଠାରୁ ଗୋଟିଏ ନକଲି ବନ୍ଧୁକ ସହ ଦୁଇଟି କଟୁରି, ରଡ ଓ ବାଇକ ଜବତ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Mar 25, 2019, 5:26 PM IST

ଭୁବନେଶ୍ୱର: ନକଲି ବନ୍ଧୁକ ଜରିଆରେ ଡକାୟତି ଉଦ୍ୟମ । ଲଙ୍କା ପାଉଡର ଫିଙ୍ଗୁଥିଲେ ଓ ପରେଲୋକଙ୍କ ଘରୁ ଲୁଟୁଥିଲେ । ମାରଣାସ୍ତ୍ର ସହ ଲୋକଙ୍କୁ ଭୟ ଦେଖାଉଥିଲେ । ଏମିତି ଏକ ଚାରି ଜଣିଆ ଗ୍ୟାଙ୍ଗ ଧରାପଡିଛନ୍ତି କମିଶନରେଟ ପୋଲିସ ହାତରେ । ଏମାନେରାଜଧାନୀର ବଡଗଡ ଥାନା ଅନ୍ତର୍ଗତ ବ୍ରହ୍ମେଶ୍ୱର ପାଟଣାରେ ଏକ ବଡ ଯୋଜନା କରୁଥିଲେ । ସୂଚନା ପାଇଁ ଗିରଫ କରିଛି ବଡଗଡ ଥାନା ପୋଲିସ । ସେମାନଙ୍କଠାରୁ ଗୋଟିଏ ନକଲି ବନ୍ଧୁକ ସହ ଦୁଇଟି କଟୁରି, ରଡ ଓ ବାଇକ ଜବତ କରିଛି ପୋଲିସ । ଆଉ ଜଣାପଡିଛି କିଭଳି ଗ୍ୟାଙ୍ଗ ଚଲାଇଥିଲେ ନକଲି ବନ୍ଧୁକ ଜରିଆରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ତେବେ ଗ୍ୟାଙ୍ଗରେ ଅଛନ୍ତି ମୋଟ ଚାରିଜଣ । ସେମାନେ ହେଲେ ନାଗେଶ୍ୱର ଟାଙ୍ଗିର, ମାନସ ନାୟକ ଓରଫ ଗୁଲୁଆ । ଲକ୍ଷ୍ମୀସାଗରର ଅଭିନାଶ ଲେଙ୍କା, ବଡଗଡର ସନ୍ତୋଷ ପ୍ରଧାନ ଓରଫ ଅଜୁ, ଗଞ୍ଜାମ ଦିଗପହଣ୍ଡିର ସିମାଞ୍ଚଳ ଗୌଡ । ପ୍ରତ୍ୟେକଙ୍କ ନାଁରେ ବଡଗଡ, ଲକ୍ଷ୍ମୀସାଗର, ଲିଙ୍ଗରାଜ ଓ ଧଉଳି ଥାନାରେ ରହିଛି ୮ ରୁ ଅଧିକ ଅପରାଧିକ ମାମଲା । କୋରେକ୍ସ ଭଳି ନିଶା ସେବନ କରି ଏଭଳି ଲୁଟପାଟ କରନ୍ତି । ଛିନତାଇ, ଚୋରି ଓ ଡକାୟତି ଭଳି ସଙ୍ଗିନ ଅପରାଧ ଘଟାଇଥାନ୍ତି ଏମାନେ ।

ଗିରଫ ପରେ ଧାରା ୩୯୯ ଓ ୪୦୨ରେ ଏମାନଙ୍କୁ କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ । ତେବେ ଗିରଫ ପରେ ଏମାନେ ଆଣୁଥିବା କୋରେକ୍ସ କାରବାର ସମ୍ପର୍କରେ ଜାଣି ଖୋଳତାଡ କରୁଛି କମିଶନରେଟ ପୋଲିସ । ଏନେଇ ବିଭିନ୍ନ ସ୍ଥାନରେ ରେଡ ଜାରି ରହିଛି ।

ଭୁବନେଶ୍ୱରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details