ଓଡିଶା

odisha

ETV Bharat / city

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ପିନାକୀ ମିଶ୍ର ଓ ବବି ମହାନ୍ତି ସବୁଠୁ ଧନୀ

ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା 42ଟି ବିଧାନସଭା ଆସନରେ ରହିଛନ୍ତି ମୋଟ 356 ଜଣ ପ୍ରାର୍ଥୀ । ସବୁଠୁ ଧନୀ ବଡମ୍ବାର କଂଗ୍ରେସ ପ୍ରାର୍ଥୀ ବବି ମହାନ୍ତି । ସେହିପରି ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ ଧନୀ ହେଉଛନ୍ତି ପିନାକୀ ମିଶ୍ର । ଏଡିଆର ଏବଂ ଇଲେକ୍ସନ ୱାଚ ପକ୍ଷରୁ ସୂଚନା ।

By

Published : Apr 20, 2019, 11:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତା 23 ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । 6ଟି ଲୋକସଭା ଏବଂ 42ଟି ବିଧାନସଭା ଲାଗି ହେବ ମତଦାନ । ତେବେ ଏହା ପୂର୍ବରୁ ପ୍ରାର୍ଥୀମାନେ ସତ୍ୟପାଠରେ ଦାଖଲ କରିଥିବା ସମ୍ପତ୍ତିର ମୂଲ୍ୟ ସାର୍ବଜନୀନ କରିଛି ଓଡ଼ିଶା ଇଲେକ୍ସନ ୱାଚ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏଡିଆର ଏବଂ ଇଲେକ୍ସନ ୱାଚ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ ଜଣାଯାଇଛି ଯେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ଲଢୁ଼ଥିବା ୬ଟି ଲୋକସଭାର ୬୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୬ ଜଣ କୋଟିପତି । ଏବଂ ତାଲିକାର ଶୀର୍ଷରେ ରହିଛନ୍ତି ବିଜେଡି ପୁରୀ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ 117 କୋଟିରୁ ଉର୍ଦ୍ଧ୍ବ । ସେହିଭଳି ମୋଟ 26 କୋଟି ସମ୍ପତ୍ତିର ମାଲିକାନା ସହ ତାଙ୍କ ପଛକୁ ରହିଛନ୍ତି ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ନିତେଶ ଗଙ୍ଗଦେବ । ତୃତୀୟ ସ୍ଥାନରେ ଅଛନ୍ତି ଢେଙ୍କାନାଳ କଂଗ୍ରେସ ଲୋକସଭା ପ୍ରାର୍ଥୀ କେପି ସିଂହଦେଓ । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୫ କୋଟି ।

ସେହିପରି ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା 42ଟି ବିଧାନସଭା ଆସନରେ ରହିଛନ୍ତି ମୋଟ 356 ଜଣ ପ୍ରାର୍ଥୀ । ଦୁଇ ଜଣଙ୍କୁ ବାଦ ଦେଲେ 354 ଜଣଙ୍କ ମଧ୍ୟରୁ 103 ପ୍ରାର୍ଥୀ ହେଉଛନ୍ତି କୋଟିପତି । ଶୀର୍ଷରେ ଅଛନ୍ତି ବଡମ୍ବାର କଂଗ୍ରେସ ପ୍ରାର୍ଥୀ ବବି ମହାନ୍ତି । ତାଙ୍କ ସମ୍ପତ୍ତିର ମୁଲ୍ୟ ୧୦୬ କୋଟି । ସେହିଭଳି ଦ୍ଵିତୀୟ ସ୍ଥାନରେ ରହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ରହିଛି ୬୦ କୋଟି । ସମାନଭାବେ ୪୬ କୋଟି ଟଙ୍କାର ସମ୍ପତ୍ତି ସହ ତାଲିକାର ତୃତୀୟରେ ରହିଛନ୍ତି ଚମ୍ପୁଆର ସ୍ୱାଧୀନ ପ୍ରାର୍ଥୀ ଶ୍ରୀମନ୍ତ ତ୍ରିପାଠୀ ।

୧୩୭ ଜଣ ବିଧାନସଭା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ୮ମ ରୁ ଦ୍ୱାଦଶ । ସେହିପରି ୨୦୨ ଜଣ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ସ୍ନାତକ । ଏହି ପର୍ଯ୍ୟାୟରେ ମୋଟ ୩୮ ଜଣ ମହିଳା ପ୍ରାର୍ଥୀ ମଧ୍ୟ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏସବୁ ବାଦ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ନେଇ ମଧ୍ୟ ତାଲିକା ଦର୍ଶାଇଛି ଇଲେକ୍ସନ ୱାଚ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details