ଓଡିଶା

odisha

ETV Bharat / city

ରାଜ୍ୟରୁ ଦିନକରେ 393 କୋରୋନା ଆକ୍ରାନ୍ତ ଚିହ୍ନଟ, ଅନୁଗୋଳରେ ସର୍ବାଧିକ

ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ 393 ନୂଆଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୋଳରୁ ସର୍ବାଧିକ ଆକ୍ରାନ୍ତ 47 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରୁ ଦିନକରେ 393 କୋରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରୁ ଦିନକରେ 393 କୋରୋନା ଆକ୍ରାନ୍ତ ଚିହ୍ନଟ

By

Published : Dec 13, 2020, 12:30 PM IST

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କୋରୋନା ଗ୍ରାଫ୍ । ଧିରେ ଧିରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଗତ24 ଘଣ୍ଟାରେ 393 ନୂଆଁ ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 228 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 165 ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।

ତେବେ ଅନୁଗୋଳରୁ 47 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ 21, ବରଗଡରୁ 26, ଭଦ୍ରକରୁ 3, ବଲାଙ୍ଗୀରରୁ 2, ବୌଦ୍ଧରୁ 1, କଟକରୁ 24, ଦେବଗଡରୁ 5, ଢେଙ୍କାନାଳରୁ 3, ଗଞ୍ଜାମରୁ 14, ଜଗତସଂହପୁର 2, ଯାଜପୁର 16, ଝାରସୁଗୁଡା 18, କଳାହାଣ୍ଡି 7, କନ୍ଧମାଳ 2, କେନ୍ଦ୍ରାପଡାରୁ 7, କେନ୍ଦୁଝର 7, ଖୋର୍ଦ୍ଧା 39, ମାଲକାନଗିରିରୁ 1, ମୟୂରଭଞ୍ଜରୁ 26, ନବରଙ୍ଗପୁରରୁ 4, ନୟାଗଡରୁ 5, ନୂଆପଡାରୁ 13, ପୁରୀରୁ 14, ରାୟଗଡାରୁ 6, ସମ୍ବଲପୁରରୁ 27, ସୁନ୍ଦରଗଡରୁ 44 ଓ ଷ୍ଟେଟ ପୁଲରୁ 9 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 23 ହଜାର 757ରେ ପହଞ୍ଚିଛି। ସେଥିରୁ ସକ୍ରିୟ ମାମଲା 3214 ଥିବା ବେଳେ 3 ଲକ୍ଷ 18 ହଜାର 683 ଜମ ସୁସ୍ଥ ହୋଇଛନ୍ତି। ତେବେ ଏପର୍ଯ୍ୟନ୍ତ 63,78,784 ଟି ନମୁନା ପରୀକ୍ଷା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details