ଭୁବନେଶ୍ବର: ରାଜ୍ୟରେ ଯୁକ୍ତ ଦୁଇ(+2) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷ ଲାପଟପ୍ ବାବଦରେ ଅର୍ଥ ପ୍ରଦାନ କରାଯିବ । ବିଜୁ ଯୁବ ସଶକ୍ତିକରଣ ଯୋଜନାରେ 2021ରେ କୃତକାର୍ଯ୍ୟ ହୋଇଥିବା ୩୯ ହଜାର ଛାତ୍ରଛାତ୍ରୀଙ୍କୁ ଏହି ଅର୍ଥ ଦିଆଯିବ । ଏନେଇ ସାଧାରଣ ବର୍ଗରେ ମୋଟ ୨୪ ହଜାର ପିଲା ରହିଛନ୍ତି । ସେହିପରି ଏସସି(SC) ଏବଂ ଏସଟି(ST) ବର୍ଗରେ ୧୫ ହଜାର ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବାବଦ ଅର୍ଥ ମିଳିବ ।
ସାଧାରଣ ବର୍ଗରେ କଳାରେ ୮ ହଜାର, ବିଜ୍ଞାନରେ ୧୦ ହଜାର, ବାଣିଜ୍ୟରେ ୫ ହଜାର ଓ ଧନ୍ଦାମୂଳକ ଶିକ୍ଷାରେ ୧ ହଜାର ଛାତ୍ରଛାତ୍ରୀଙ୍କୁ ଅର୍ଥ ପ୍ରଦାନ କରାଯିବ । ଏସସି(SC) ଏବଂ ଏସଟି(ST) ବର୍ଗରେ କଳାରେ ୫ ହଜାର, ବିଜ୍ଞାନରେ ୫ ହଜାର, ବାଣିଜ୍ୟରେ ୪ ହଜାର ଓ ଧନ୍ଦାମୂଳକ ଶିକ୍ଷାରେ ୧ ହାଜର ଲାପଟପ୍ ବାବଦରେ ଅର୍ଥ ବଣ୍ଟନ କରାଯିବ ।