ଓଡିଶା

odisha

ETV Bharat / city

ବଦଳିଲେ 35 ଡିଏସପି, ଟ୍ବିନସିଟିରେ ୨ ନୂଆ ଟ୍ରାଫିକ ଏସିପି

35 ଜଣ ଡିଏସପିଙ୍କୁ କରାଯାଇଛି ବଦଳି । ଏପଟେ ଟ୍ବିନସିଟିରେ 2 ନୂଆ ଟ୍ରାଫିକ ଏସିପି ।

By

Published : Nov 4, 2019, 7:44 PM IST

Updated : Nov 4, 2019, 10:48 PM IST

ବଦଳିଲେ 35 ଡିଏସପି: ଟ୍ବିନିସିଟିର ୨ ନୂଆ ଟ୍ରାଫିକ ଏସିପି

ଭୁବନେଶ୍ବର: ରାଜ୍ୟରେ ଡିଏସପି ସ୍ତରରେ ଅଦଳବଦଳ । 35 ଜଣ ଡିଏସପିଙ୍କୁ କରାଯାଇଛି ବଦଳି । ଏଥିସହ 16 ଜଣ ନୂତନ ଡିଏସପିଙ୍କୁ ମିଳିଛି ନୁଆ ନିଯୁକ୍ତି ।

ଟ୍ବିନସିଟିର ଦୁଇଜଣ ଟ୍ରାଫିକ ଏସିପିଙ୍କୁ ବଦଳି କରାଯାଇଛି । ଭୁବବେଶ୍ବର ଟ୍ରାଫିକ ଏସିପି କିଶୋର ପାଣିଗ୍ରାହିଙ୍କ ସ୍ଥାନରେ ଦାୟିତ୍ବ ନେବେ ନୂତନ ଭାବେ ପାସ୍ ଆଉଟ ସ୍ବସ୍ତିକ ପଣ୍ଡା । ସେହିପରି କଟକ ଏସିପି ଜତିନ ପଣ୍ଡାଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିବେ ନୂତନ ପାସ୍ ଆଉଟ ଦେବଜ୍ୟୋତି ଦାସ ।

ତେବେ ଭୁବନେଶ୍ବର ଫେରିଛନ୍ତି 2 ଜଣ ପୁରୁଣା ଏସିପି । ବାଲେଶ୍ବର ଡିଆଇବିରେ ଥିବା ରଜତ ରାୟଙ୍କୁ କମିସନରେଟ ପୋଲିସକୁ ବଦଳି ହୋଇଛି । ସେହିପରି ଜଗତସିଂହପୁରରୁ ପ୍ରକାଶ ପାଲଙ୍କୁ କମିସନରେଟକୁ ବଦଳି କରାଯାଇଛି ।

ଏପରି ଭାବେ 35 ଜଣ ଅଭିଜ୍ଞ ଡିଏସିପିଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି । କିଶୋର ପାଣିଗ୍ରାହିଙ୍କୁ ଇଓଡବ୍ଲୁ କ୍ରାଇମବ୍ରାଞ୍ଚ ଓ ଜତିନ ପଣ୍ଡାଙ୍କୁ ଭଦ୍ରକ ବଦଳି କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Nov 4, 2019, 10:48 PM IST

ABOUT THE AUTHOR

...view details