ଓଡିଶା

odisha

ETV Bharat / city

ରାଜଧାନୀରେ ଆଉ 325 ନୂଆ ପଜିଟିଭ ରିପୋର୍ଟ, ସିଆରପିଏଫ କ୍ୟାମ୍ପସରୁ 38 ଚିହ୍ନଟ

ରାଜଧାନୀରେ ସଂକ୍ରମଣ ମାତ୍ରା ବୃଦ୍ଧି ପାଇବାରେ ଲାଗିଥିବାବେଳେ, ରବିବାର 325 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Sep 20, 2020, 7:03 PM IST

ରାଜଧାନୀରେ ଆଉ 325 ନୂଆ ପଜିଟିଭ ରିପୋର୍ଟ, ସିଆରପିଏଫ କ୍ୟାମ୍ପସରୁ 38 ଆକ୍ରାନ୍ତ ଚିହ୍ନଟ
ରାଜଧାନୀରେ ଆଉ 325 ନୂଆ ପଜିଟିଭ ରିପୋର୍ଟ, ସିଆରପିଏଫ କ୍ୟାମ୍ପସରୁ 38 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜଧାନୀରେ ଆଜି (ରବିବାର) ପୁଣି 325 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ସିଆରପିଏଫ କ୍ୟାମ୍ପସରୁ 38 ଜଣ ଯବାନ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି ।

ଅନ୍ୟପଟେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 384 ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି। ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 107 ଚିହ୍ନଟ କରାଯାଇଥିବା ବେଳେ, ସ୍ଥାନୀୟ ସଂକ୍ରମଣ 218ରେ ପହିଞ୍ଚଛି। ତେବେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି।

ହୋମ କ୍ଵାରେଣ୍ଟାଇନରେ 107ଙ୍କ ମଧ୍ୟରୁ 20 ଜଣ ସିଆରପିଏଫ କ୍ୟାମ୍ପସରୁ ଚିହ୍ନଟ ହୋଇଥିବା ବେଳେ 7 ଜଣ ପାତ୍ରପଡା, 4 ଜଣ ନୟାପଲ୍ଲୀ, 2 ଜଣ ପାୱାର ହାଉସ, 3 ଜଣ ୟୁନିଟ-6, 3 ଜଣ ସୂର୍ଯ୍ୟ ନଗର, 4 ଜଣ ବମିଖାଲ, 3 ଜଣ ଆଇଆରସି ଭିଲେଜରେ ଚିହ୍ନଟ ହୋଇଛନ୍ତି ।

ସେହିପରି ସ୍ଥାନୀୟ ସଂକ୍ରମଣ 218 ଚିହ୍ନଟ ହୋଇଥିବା ବେଳେ, 18 ଜଣ ସିଆରପିଏଫ କ୍ୟାମ୍ପସରୁ ଚିହ୍ନଟ ହୋଇଥିବା ବେଳେ, 6 ଜଣ ଡୁମଡୁମା, 3 ଜଣ ଘରୋଇ ହସ୍ପିଟାଲ କର୍ମଚାରୀ, 3 ଜଣ ୟୁନିଟ-8, ୟୁନିଟ-6, 11 ଜଣ ପାତ୍ରପଡ଼ା, 5 ଜଣ ବିଡିଏ କଲୋନୀ, 3 ଜଣ ଖାରବେଳ ନଗର, 3 ଜଣ ପଳାଶୁଣି, 6 ଜଣ ଖଣ୍ଡଗିରୀ, 5 ଜଣ ହସ୍ପିଟାଲର କର୍ମଚାରୀ, 5 ଜଣ ଆଇଆରସି ଭିଲେଜ, 5 ଜଣ ଶୈଳେଶ୍ରୀ ବିହାର, 4 ଜଣ ସତ୍ୟନଗର, 8 ଜଣ ଜିଲ୍ଲା ବାହାରର ଚିହ୍ନଟ ହୋଇଥିବା ବେଳେ, ଏଥିରେ ସୁସ୍ଥ ହୋଇଛନ୍ତି 384 ଜଣ।

ତେବେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ 18592 ଜଣ ଚିହ୍ନଟ ହୋଇଥିବା ବେଳେ 145436 ଜଣ ସୁସ୍ଥ ହୋଛନ୍ତି । ସେଥିମଧ୍ୟରୁ 4074 ମାମଲା ସକ୍ରିୟ ରହିଛି ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 68 ଜଣଙ୍କର ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details