ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଗୋଟେ ଦିନରେ 319 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 172 ଚିନ୍ହଟ ହୋଇଛନ୍ତି । ସେଥିମଧ୍ୟରୁ ସ୍ଥାନୀୟ ସଂକ୍ରମଣ 147 ରହିଥିବା ବେଳେ 113 ଜଣ ସୁସ୍ଥ ହୋଇଛନ୍ତି।
କ୍ଵାରେଣ୍ଟାଇନ କେନ୍ଦ୍ରରୁ ଚିନ୍ହଟ ହୋଇଥିବା 168 ଜଣଙ୍କ ମଧ୍ୟରୁ 4 ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛି। ତେବେ କ୍ଵାରେଣ୍ଟାଇନ କେନ୍ଦ୍ରରୁ 172 ଜଣଙ୍କ ମଧ୍ୟରୁ 12 ଜଣ ବୁଦ୍ଧ ନଗରର ଗୋପବନ୍ଧୁ କଲୋନି, 4 ଜଣ ରାଜକୁମାର ବସ୍ତି, 4 ଜଣ ତାରିଣୀ ବସ୍ତି, 4 ଜଣ 7ମ ବାଟାଲିୟନ, 5 ଜଣ ବୁଧେଶ୍ୱରୀ କଲୋନୀ, 6 ଜଣ ସରକାରୀ କର୍ମଚାରୀ, 4 ଜଣ ବରଗଡ ବ୍ରିଟି କଲୋନୀ, 6 ଜଣ ଡୁମ ଡୁମା, 5 ଜଣ ଶ୍ରୀ ବିହାର, 4 ଜଣ ପୋଖରିପୁଟ ରୁ ଆକ୍ରାନ୍ତ ଚିହ୍ନର ହୋଇଥିବା ବେଳେ ସାଇନ୍ସ ପାର୍କ, କଟକ ରୋଡ଼, କାନନ ବିହାର, ପଟିଆ, ଶ୍ରୀ ବିହାର, ଖାରବେଳ ନଗର, ଲିଙ୍ଗିପୁର, ମୈତ୍ରୀ ବିହାର ଭରତପୁର, ଜଗମରା ଆଦି ଅଞ୍ଚଳରେ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛହଁନ୍ତି।