ଭୁବନେଶ୍ବର: ବୁଧବାର ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ 314 ଜଣ ଆକ୍ରାନ୍ତ । ଏଥିସହ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା 24228ରେ ପହଞ୍ଚିଛି । ସେପଟେ 354 ଜଣ ଆରୋଗ୍ୟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 20571 ରହିଛି । ସେହିଭଳି ସକ୍ରିୟ 3531 ଜଣ ଥିଲାବେଳେ 105 ଜଣଙ୍କ ମୃତ୍ୟୁ ହୋଇଛି ।
ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 84 ରହିଥିଲାବେଳେ ସ୍ଥାନୀୟ ସଂକ୍ରମଣ 230ରେ ପହଁଚିଛି। ତେବେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି । ହୋମ କ୍ଵାରେଣ୍ଟାଇନରେ 84ଜଣଙ୍କ ମାଧ୍ୟମରେ 11 ଜଣ ଶୈଳେଶ୍ରୀ ବିହାର, 3 ଜଣ ମଧୁସୂଦନ ନଗର, 3 ଜଣ ବଡଗଡ, 2 ଜଣ ଜଗନାଥ ନଗର, 7 ଜଣ ନୀଳାଦ୍ରି ବିହାର, 8 ଜଣ ପଟିଆ ଆଦି ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।