ଭୁବନେଶ୍ବର : ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଗୁରୁବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 308 କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 33 ହଜାର 652କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ 169 ଆକ୍ରାନ୍ତ । ଖୋର୍ଦ୍ଧା ପରେ କଟକରୁ 22 ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି ।
Covid Recovery Report : ଆଜି ସୁସ୍ଥ ହେଲେ 308 କୋଭିଡ ସଂକ୍ରମିତ
ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଗୁରୁବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 308 କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 33 ହଜାର 652କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ....
Covid Recovery Report : ଆଜି ସୁସ୍ଥ ହେଲେ 308 କୋଭିଡ ସଂକ୍ରମିତ
ସେହିପରି ଯାଜପୁରରୁ ୯, ଢେଙ୍କାନାଳରୁ ୮, କେନ୍ଦ୍ରାପଡାରୁ ୮, ସମ୍ବଲପୁରରୁ ୮, ଜଗତସିଂହପୁରରୁ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ନୟାଗଡରୁ ୬, ପୁରୀରୁ ୫, ସୁନ୍ଦରଗଡରୁ ୪, ବାଲେଶ୍ବରରୁ ୩, ଗଞ୍ଜାମରୁ ୩, ମୟୂରଭଞ୍ଜରୁ ୩ ଜଣ ସୁସ୍ଥ ହୋଇଛନ୍ତି । ଗଜପତିରୁ ୨, କଳାହାଣ୍ତିରୁ ୨, ରାୟଗଡାରୁ ୨, ଅନୁଗୋଳରୁ ୧, ଭଦ୍ରକରୁ ୧, ଦେବଗଡରୁ ୧, କନ୍ଧମାଳରୁ ୧ ଓ ନୂଆପଡାରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି । ଷ୍ଟେଟ ପୁଲ ସୁସ୍ଥ ସଂଖ୍ୟା ୪୨ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ