ଭୁବନେଶ୍ବର: ଦିନକରେ ରାଜ୍ୟରୁ ପୁଣି 303 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତଙ୍କ ମଧ୍ୟରୁ 172 ଜଣ କ୍ବାରେଣ୍ଟାଇରୁ ହୋଇଥିବାବେଳେ 131 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।
ସଂକ୍ରମିତଙ୍କ ମଧ୍ୟରୁ ବୌଦ୍ଧ ଜିଲ୍ଲାରୁ ଜଣେ ଆକ୍ରାନ୍ତ ହୋଇଛନ୍ତି । କଟକରୁ 16, ଦେବଗଡରୁ 2, ଢେଙ୍କାନାଳରୁ 2, ଗଜପତି ରୁ 1, ଗଞ୍ଜାମରୁ 4, ଜଗତସିଂହପୁରରୁ 5 , କେନ୍ଦ୍ରାପଡାରୁ 31, କେନ୍ଦୁଝରରୁ 23, ଖୋର୍ଦ୍ଧାରୁ 31, କୋରାପୁଟରୁ 1, ମୟୂରଭଞ୍ଜରୁ 17, ନବରଙ୍ଗପୁରରୁ 16, ନୟାଗଡରୁ 6, ନୂଆପଡାରୁ 11 ଜଣ ଆକ୍ରାନ୍ତ ହୋଇଛନ୍ତି । ଅନୁଗୋଳ ଓ ବଲାଙ୍ଗୀରରୁ 16 ଜଣ ଲେଖାଏଁ, ବରଗଡରୁ 9 ଭଦ୍ରକରୁ 4 , ବଲାଙ୍ଗୀରରୁ 18 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।