ଓଡିଶା

odisha

ରାଜ୍ୟରେ ଲୋକାର୍ପିତ ହେବ 3ଟି ନୂଆ ରେଳ ପ୍ରକଳ୍ପ

By

Published : Dec 24, 2019, 9:54 PM IST

ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବାକୁ 3ଟି ନୂଆ ରେଳ ପ୍ରକଳ୍ପ। ଏହାର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପ୍ରକଳ୍ପରେ ଖୋର୍ଦ୍ଧା ରୋଡ-ନୟାଗଡ ଟାଉନ-ଖୋର୍ଦ୍ଧା ରୋଡ ପାସେଞ୍ଜରକୁ ମହିପୁରକୁ ସମ୍ପ୍ରସାରଣ କରାଯିବ।

new railway projects in odisha, latest railway news, dharmendra pradhan to inaugurate railway projects, ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପଣ କରିବେ ନୂଆ ରେଳ ପ୍ରକଳ୍ପ, ରାଜ୍ୟରେ  ନୂଆ ରେଳ ପ୍ରକଳ୍ପ, ଲାଟେଷ୍ଟ ରେଳ ଖବର
ଲୋକାର୍ପିତ ହେବ 3ଟି ନୂଆ ରେଳ ପ୍ରକଳ୍ପ

ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବାକୁ 3ଟି ନୂଆ ରେଳ ପ୍ରକଳ୍ପ । ଏହାର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପ୍ରକଳ୍ପରେ ଖୋର୍ଦ୍ଧା ରୋଡ-ନୟାଗଡ ଟାଉନ-ଖୋର୍ଦ୍ଧା ରୋଡ ପାସେଞ୍ଜରକୁ ମହିପୁରକୁ ସମ୍ପ୍ରସାରଣ କରାଯିବ। ଏଥିସହ ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସରେ ଓଡିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନାଲକୋ ଦ୍ବାରା ବ୍ରାଣ୍ଡିଂ କରାଯିବ।

ତେବେ ଅସଂରକ୍ଷିତ ଟ୍ରେନ ଟିକେଟରେ ଇଂରାଜୀ ଓ ହିନ୍ଦୀ ସହିତ ଓଡିଆ ଭାଷା ପ୍ରଚଳନର ଶୁଭାରମ୍ଭ କରାଯିବ। ଆସନ୍ତା 26 ତାରିଖ ଗୁରୁବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଷ୍ଟିଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ ଓ ମହିପୁର ରେଳ ଲାଇନକୁ ଦେଶ ପାଇଁ ସମର୍ପିତ କରାଯିବI ଏଥିସହ ମନ୍ତ୍ରୀ ପ୍ରଧାନ ନୟାଗଡ ଟାଉନ ଷ୍ଟେସନଠାରେ ଖୋର୍ଦ୍ଧା ରୋଡ-ନୟାଗଡ ଟାଉନ-ଖୋର୍ଦ୍ଧା ରୋଡ ପାସେଞ୍ଜର ଟ୍ରେନକୁ ମହିପୁର ପର୍ଯ୍ୟନ୍ତ ସମ୍ପ୍ରସାରଣର ଶୁଭାରମ୍ଭ କରାଇବେ ।

ଏହା ବ୍ୟତୀତ ଗୁରୁବାର ସକାଳେ ଧର୍ମେନ୍ଦ୍ର ଭୁବନେଶ୍ବର ରେଳଷ୍ଟେସନଠାରେ ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସରେ ନାଲକୋ ଦ୍ବାରା ପ୍ରାୟୋଜିତ ଓଡିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ଭୁବନେଶ୍ବର ରେଳ ଷ୍ଟେସନଠାରେ ମନ୍ତ୍ରୀ ପଦ୍ମନାଭ ବେହେରା, ଅଶୋକଚନ୍ଦ୍ର ପଣ୍ଡା, ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟସଭା ସାଂସଦ ଡ଼ଃ ରଘୁନାଥ ମହାପାତ୍ରଙ୍କ ସହିତ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହିବେ।

ନୟାଗଡ ଟାଉନରେ ହେବାକୁ ଥିବା ପ୍ରକଳ୍ପ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅରୁଣ କୁମାର ସାହୁ, ସାଂସଦ ପିନାକୀ ମିଶ୍ର ଓ ଅଚ୍ୟୁତ ସାମନ୍ତଙ୍କ ସହିତ ବିଧାୟକ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହିବେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details