ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ଯାହାଦ୍ବାରା କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ନିୟନ୍ତ୍ରଣକୁ ଆସୁଛି । ଆଜି(ସୋମବାର) ଦିନକରେ 3 ଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1864କୁ ବୃଦ୍ଧି ପାଇଛି ।
ରାଜ୍ୟରେ କୋରୋନା ନେଲା 3 ମୁଣ୍ଡ, ମୃତ୍ୟୁ ସଂଖ୍ୟା 1864କୁ ବୃଦ୍ଧି - corona death report
ଆଜି(ସୋମବାର) ଦିନକରେ 3 ଜଣ ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1864କୁ ବୃଦ୍ଧି ପାଇଛି ।
କୋରୋନାରେ ଆଖି ବୁଜିଲେ 3
ରାଜ୍ୟରେ କୋରୋନା ସଂକ୍ରମଣ କମୁଥିବା ବେଳେ କୋରୋନା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଆଜି କୋରୋନାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ ଭୁବନେଶ୍ବରର 60 ବର୍ଷର ମହିଳା , ରାୟଗଡାର 5 ବର୍ଷର ଶିଶୁପୁତ୍ର ଓ ସୁନ୍ଦରଗଡର 72 ବର୍ଷର ପୁରୁଷ ରହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ