ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 3ଟି ବୁଝାମଣା ପତ୍ର ସ୍ଵାକ୍ଷରିତ

ସହରାଞ୍ଚଳରେ ବସବାସ କରୁଥିବା ନାଗରିକଙ୍କ ସେବା ଓ ଉନ୍ନତମାନର ସୁବିଧା ସୁଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ବାକ୍ଷରିତ ହୋଇଛି 3ଟି ଚୁକ୍ତି ।

3ଟି ବୁଝାମଣା ପତ୍ର ସ୍ଵାକ୍ଷର

By

Published : Nov 21, 2019, 10:21 PM IST

ଭୁବନେଶ୍ବର: ସହାରାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସୁବିଧା ପାଇଁ ଆଜି ରାଜ୍ୟ ସରକାର 3ଟି ଗୁରୁତ୍ବପୂର୍ଣ୍ଣ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି । ପ୍ରଥମତଃ ସହରାଞ୍ଚଳରେ ଅନଲାଇନ ମାଧ୍ୟମରେ ସମସ୍ତ ସେବା ପ୍ରଦାନ କରିବା ନିମନ୍ତେ E.GOV ଫାଉଣ୍ଡେସନ ସହିତ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ସେହିଭଳି ସହରାଞ୍ଚଳ ଗୁଡିକର ନିଜସ୍ଵ ଆୟ ବୃଦ୍ଧି ତଥା ଆର୍ଥିକ ପରିଚାଳନା ସୁବ୍ୟବସ୍ଥିତ କରିବା ପାଇଁ ଜନାଗ୍ରହ ସହ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି । ଏହାସହ ଐତିହ୍ୟ ସୁରକ୍ଷା ଏବଂ ପର୍ଯ୍ୟଟନ ବିକାଶର ପ୍ରୋତ୍ସାହନ ନିମନ୍ତେ ଭାରତୀୟ ଐତିହ୍ୟ ସହର ନେଟୱାର୍କ ଫାଉଣ୍ଡେସନ ସହିତ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ତିନିଗୋଟି ବୁଝାମଣା ସ୍ଵାକ୍ଷର ସହରାଞ୍ଚଳରେ ରହୁଥିବା ବ୍ୟବସ୍ଥାର ପରିବର୍ତ୍ତନ ଆଣିବ । ନାଗରିକଙ୍କୁ ଡିଜିଟାଲରେ ସେବା ପ୍ରଦାନ କରିବା ସହ ପୌର ସଂସ୍ଥାରେ ଅନଲାଇନରେ ସେବା ଇଜ ଅଫ ଡୁଇଙ୍ଗ ବିଜନେସରେ ବେଶ ସହାୟକ ହେବ ଏହି ଚୁକ୍ତି। ଖାରବେଳ ଭବନରେ ଆୟୋଜିତ ଏକ ବୈଠକରେ ଚୁକ୍ତି ସ୍ବାକ୍ଷର ହୋଇଛି । ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।


ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details