ଓଡିଶା

odisha

ବିଜେପୁର ଉପନିର୍ବାଚନ ପାଇଁ 3 ଦିନ ଛୁଟି ଘୋଷଣା

ବିଜେପୁର ଉପନିର୍ବାଚନ ପାଇଁ 3 ଦିନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଅଧିକ ପଢନ୍ତୁ...

By

Published : Oct 18, 2019, 9:47 PM IST

Published : Oct 18, 2019, 9:47 PM IST

ବିଜେପୁର ଉପନିର୍ବାଚନ ପାଇଁ ତିନିଦିନ ଛୁଟି ଘୋଷଣା

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଛୁଟି ଘୋଷଣା । 3 ଦିନ ଛୁଟି ପାଇବେ ନିର୍ବାଚନ ମଣ୍ଡଳୀର ବାହାରେ ରହୁଥିବା ଭୋଟର । ଆସନ୍ତା 21ରେ ବିଜେପୁରରେ ଉପନିର୍ବାଚନ ପାଇଁ ଭୋଟ୍ ପଡିବାକୁ ଯାଉଛି ।

ମତଦାନ ପାଇଁ ନିର୍ବାଚନ ପୂର୍ବଦିନ, ନିର୍ବାଚନ ଦିନ ଓ ନିର୍ବାଚନ ପରଦିନ ଅର୍ଥାତ୍‌ ମୋଟ 3ଦିନ ଛୁଟି ମିଳିବ । ସେହିପରି ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ 3ଦିନରୁ ଅଧିକ ଦିନ ନିର୍ବାଚନ କାର୍ଯ୍ୟରେ ନିଯୋଜିତ ଥିଲେ ସେମାନେ ମଧ୍ୟ ଗୋଟିଏ ଦିନ ସ୍ବତନ୍ତ୍ର ଛୁଟି ନେଇ ପାରିବେ ବୋଲି ଘୋଷଣା କରାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details