ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲର ରକ୍ତ ଭଣ୍ଡାରରେ ପ୍ଲାଜମା ସଂଗ୍ରହ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି 'ମୋ ପରିବାର' ପକ୍ଷରୁ ପ୍ଲାଜମା ସଂଗ୍ରହ କାର୍ଯ୍ୟକ୍ରମ କରାଯାଇଛି । ଏନେଇ 3 ଜଣ ପ୍ଲାଜମା ଦାନ କରିଥିବା ବେଳେ ପ୍ଲାଜମା ସଂଗ୍ରହରେ ଅର୍ଦ୍ଧଶତକ ହାସଲ କରିଛି କ୍ୟାପିଟାଲ ହସ୍ପିଟାଲ ।
କୋରୋନାରେ ସୁସ୍ଥ ହୋଇଥିବା ବ୍ୟକ୍ତି ପ୍ଲାଜାମା ଦାନ କରିବା ପରେ କ୍ୟାପିଟାଲ ହସ୍ପିଟାଲରେ 54 ଜଣ ପ୍ଲାଜମା ଦାନ କରିଛନ୍ତି । ମୋଟ ଆକ୍ରାନ୍ତଙ୍କ ଠାରୁ 108 ୟୁନିଟ ପ୍ଲାଜମା ସଂଗ୍ରହ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆବଶ୍ୟକତା ଠାରୁ ଦୃଷ୍ଟିରେ ରଖି ଯେଉଁ ହସ୍ପିଟାଲରେ ପ୍ଲାଜମା ଥେରାପି କରାଯାଉଛି ସେହିଠାରେ ସଂଗୃହୀତ ପ୍ଲାଜମା ଦିଆଯାଉଛି ।
'ମୋ ପରିବାର' କାର୍ଯ୍ୟକ୍ରମରେ 3 କୋରୋନା ମୁକ୍ତ ଦେଲେ ପ୍ଲାଜାମା ବୁଧବାର ଦିନ ଖୋର୍ଦ୍ଧା ଜିଲ୍ଲାରେ 3 ଜଣ ପ୍ଲାଜମା ଦେଇଥିବା ବେଳେ ଆଜି 'ମୋ ପରିବାର' ପକ୍ଷରୁ 3 ଜଣଙ୍କ ପ୍ଲାଜମା ସଂଗ୍ରହ କରାଯାଇଛି । ଏହା ସହ କଟକରେ ମଧ୍ୟ 4 ଜଣ 'ମୋ ପରିବାର' କାର୍ଯ୍ୟକ୍ରମରେ ପ୍ଲାଜମା ଦାନ କରିଛନ୍ତି ।
ସୂଚନାନୁଯାୟୀ ଗତ ଅଗଷ୍ଟ 28 ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଥିବା ରକ୍ତ ଭଣ୍ଡାରରେ ରାଜ୍ୟର ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ପ୍ଲାଜମା ଥେରାପୀକୁ ଗୁରୁତର ସହ ନିଆଯାଇଥିବା ବେଳେ ପ୍ଲାଜମା ସଂଗ୍ରହ ନିମନ୍ତେ ସମସ୍ତ କୋରୋନାରୁ ସୁସ୍ଥ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରି ଅନ୍ୟମାନଙ୍କ ଜୀବନ ବଞ୍ଚାଇବାକୁ ଅନୁରୋଧ କରାଯାଉଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ