ଭୁବନେଶ୍ବର:ଲକଡାଉନ ଚେକିଂ ବେଳେ ବନ୍ଧୁକ ରାଜ । ରାଜଧାନୀରେ ପୋଲିସ ଚେକିଂ ବେଳେ ଖସିଯାଉଥିଲେ ତିନି ଜଣ । ପୋଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ ବେଳେ ବନ୍ଧୁକ ଦେଖାଇ ଡ଼ରାଇବାକୁ ଚେଷ୍ଟା କରୁଥିଲେ । ହେଲେ ପୋଲିସ ଏହାକୁ ଖେଳଣା ବନ୍ଧୁକ ଭାବି ସେମାନଙ୍କୁ କାବୁ କରିବା ପରେ ଦୁଇଟି ବନ୍ଧୁକ ସହ ତିନି ଜଣକୁ ଗିରଫ କରିଛି ।
ଚେକିଂ ବେଳେ ପୋଲିସକୁ ଦେଖାଇଲେ ବନ୍ଧୁକ, ରାଜଧାନୀରୁ ଧରାପଡିଲେ 3 ଅଭିଯୁକ୍ତ - bbsr crime news
ମଙ୍ଗଳବାର ଚେକିଂ ସମୟରେ ରାଜଧାନୀରେ ପୋଲିସକୁ ବନ୍ଧୁକ ଦେଖାଇ 3 ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଚେକିଂ ବେଳେ ପୋଲିସକୁ ଦେଖାଇଲେ ବନ୍ଧୁକ, ରାଜଧାନିରୁ ଧରାପଡିଲେ 3 ଅଭିଯୁକ୍ତ
ସୂଚନାମୁତାବକ, ଗତକାଲି(ମଙ୍ଗଳବାର) ରାତିରେ ନୟାପଲ୍ଲୀ ଥାନା ବିଜୁପଟ୍ଟନାୟକ ଛକ ଚେକ ପୋଷ୍ଟରେ ଘଟିଥିଲା ଏହି କାଣ୍ଡ । ଗିରଫ ତିନି ଅଭିଯୁକ୍ତ ରଂଜିତ ସାମନ୍ତରାୟ, ବିଭୁତି ପ୍ରଧାନ, ଏସକେ ସଲମାନ ଗୋଟିଏ ପଲସର ଯୋଗେ ଆସିଥିଲେ । ପୋଲିସ ବାଇକ ସହ ବନ୍ଧୁକ ଓ ମୋବାଇଲ ମଧ୍ୟ ଜବତ କରିଛି । ତେବେ ଏନେଇ ସ୍ପେଶାଲ ଅଫିସର ସିନିୟର ବିଜୟ ବାରିକ ଓ ଜୁନିୟର ବିଜୟ ବାରିକଙ୍କୁ ସାଧୁବାଦ ଦେଇଛନ୍ତି ସୁପରିୟର ଅଫିସର । ଯେକି ଏପରି ସାହସର ସହ ତିନି ଜଣଙ୍କୁ କାବୁ କରିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ