ଓଡିଶା

odisha

ETV Bharat / city

22 ବିଧାନସଭା ସହ 5 ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ଶୁକ୍ରବାର 2ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । 22 ବିଧାନସଭା ସହ 5 ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଦଳ ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ବରେ ଏହି ଲିଷ୍ଟ ଫାଇନାଲ ହୋଇଛି ।

By

Published : Mar 23, 2019, 4:13 AM IST

Breaking News

ଭୁବନେଶ୍ୱର: ଗୁରୁବାର ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା ପରେ ଶୁକ୍ରବାର 2ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଯେଉଁଥିରେ ପ୍ରକାଶ ପାଇଛି 22 ବିଧାନସଭା ସହ 5 ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା । ଦିଲ୍ଲୀରେ ଆୟୋଜିତ ହୋଇଥିବା କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଦଳ ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ବରେ ଏହି ଲିଷ୍ଟ ଫାଇନାଲ ହୋଇଛି ।

ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ, ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ କେନ୍ଦ୍ରୀୟ ନିର୍ବାଚନୀ କମିଟିର ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ପ୍ରକାଶ ଯେ ଗୁରୁବାର ପ୍ରଥମ ପର୍ଯ୍ୟାୟରେ 10 ଲୋକସଭା ଆସନ ସହ 100ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇସାରିଛି ।

ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଛି ଟିକେଟ :

ଲୋକସଭା ଆସନ :

ବରଗଡ଼- ସୁରେଶ ପୂଜାରୀ
ସମ୍ବଲପୁର- ନିତେଶ ଗଙ୍ଗଦେଓ
କଳାହାଣ୍ଡି- ବସନ୍ତ କୁମାର ପଣ୍ଡା
ପୁରୀ- ସମ୍ବିତ ପାତ୍ର
କୋରାପୁଟ- ଜୟରାମ ପାଙ୍ଗି

ବରଗଡ଼ ଲୋକସଭାରୁ ଗତ ନିର୍ବାଚନରେ ସୁବାଷ ଚୌହାନ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ଚଳିତଥର ତାଙ୍କୁ ପରିବର୍ତ୍ତନ କରାଯାଇଛି । ସେହିଭଳି ନୂଆପଡା ବିଧାୟକ ତଥା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏଥର ବିଧାନସଭା ପାଇଁ ନ ଲଢ଼ି ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ଦେବଗଡ଼ ବିଧାୟକ ମଧ୍ୟ ବିଧାନସଭା ଛାଡି ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ବିଧାନସଭା ଆସନ :

ଭଟଲି- ଇରାଶିଷ ଆଚାର୍ଯ୍ୟ
ଦେବଗଡ- ସୁବାଷ ପାଣିଗ୍ରାହୀ
ବୀରମିତ୍ରପୁର- ରଘୁନାଥ ଜଗଦଲ
ସୋନପୁର- ଅଶୋକ ପୂଜାରୀ
ବଲାଙ୍ଗୀର- ଅନନ୍ତ ଦାସ
ନୂଆପଡ଼ା- ହୋମସିଂହ ମାଝୀ
ଝରିଗାଁ- ପର୍ଶୁରାମ ମାଝୀ
ଡାବୁଗାଁ- ପଦ୍ମନ ନାୟକ
ଭବାନୀପାଟଣା- ପ୍ରଦୀପ ନାୟକ
ଦଶପଲ୍ଲା- ପୂର୍ଣ୍ଣ ଚନ୍ଦ୍ର ନାୟକ
କବିସୂର୍ଯ୍ୟନଗର- ରଞ୍ଜନ ପଲ୍ଲାଇ
ଛତ୍ରପୁର- ପ୍ରଶାନ୍ତ କର
ଆସିକା- ଦେବରାଜ ମହାନ୍ତି
ସୋରଡା- ନୀଳମଣି ବିଶୋଇ
ବ୍ରହ୍ମପୁର- କାହ୍ନୁ ପତି
ଦିଗପହଣ୍ଡି- ପିଙ୍କି ପ୍ରଧାନ
ମୋହନା- ପ୍ରଶାନ୍ତ ମଲ୍ଲିକ
ଗୁଣୁପୁର- ଶିଶିର ଗମାଙ୍ଗ
ରାୟଗଡା- ବସନ୍ତ ଉଲ୍ଲାକା
ଜୟପୁର- ଗୌତମ ସାମନ୍ତରାୟ
କୋରାପୁଟ- ତ୍ରିପୁରା ଗରଡ଼ା
ଚିତ୍ରକୋଣ୍ଡା- ପଡୁ ମାଝୀ

ବଡ କଥା ହେଉଛି କି ଓଡିଶା ପାଇଁ ଘୋଷଣା ହୋଇଥିବା 22 ଜଣିଆ ବିଧାନସଭା ତାଲିକାରେ କେବଳ ଜଣେ ମହିଳାଙ୍କୁ ଟିକେଟ ମିଳିଛି । ସୂଚନାଯୋଗ୍ୟ ଯେ, ଗୁରୁବାର ପ୍ରକାଶିତ ପ୍ରଥମ 100 ଜଣିଆ ପ୍ରାର୍ଥି ତାଲିକାରେ ଆସିକାରୁ ସରୋଜ ପାଢ଼ୀଙ୍କୁ ପ୍ରାର୍ଥି କରାଯାଇଥିଲା । କିନ୍ତୁ କିଛି ସମୟ ମଧ୍ୟରେ ପ୍ରକାଶିତ ସଂଶୋଧିତ ତାଲିକାରେ ସରୋଜ ପାଢ଼ୀ ବାଦ ପଡ଼ିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details