ଓଡିଶା

odisha

ETV Bharat / city

ସପ୍ତାହନ୍ତ ସଟଡାଉନର ଦ୍ବିତୀୟ ଦିନ: ପୋଲିସର କଡା ପ୍ରହରା, ଚେକିଂ ଜୋରଦାର - କୋରୋନାର ଦ୍ରୁତ ସଂକ୍ରମଣ

ସପ୍ତାହନ୍ତ ସଟଡାଉନ ଦ୍ବିତୀୟ ଦିନ
ସପ୍ତାହନ୍ତ ସଟଡାଉନ ଦ୍ବିତୀୟ ଦିନ

By

Published : Apr 25, 2021, 11:45 AM IST

Updated : Apr 25, 2021, 7:35 PM IST

18:40 April 25

ସଫଳ ହୋଇଛି ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ

ସଫଳ ହୋଇଛି ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ସାପ୍ତାହାନ୍ତ ସଟଡାଉନ

ବ୍ରହ୍ମପୁର : କୋରୋନାର ନୂତନ ସଂକ୍ରମଣ ରୋକିବା ପାଇଁ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନର ଦ୍ୱିତୀୟ ଦିନରେ ମଧ୍ଯ ବିଭିନ୍ନ ସ୍ଥାନରେ କଡାକଡି ରହିଥିଲା ପୋଲିସ ଓ ପ୍ରଶାସନର ଯାଞ୍ଚ ବ୍ଯବସ୍ଥା । ଜରୁରୀକାଳୀନ ସେବାକୁ ଛାଡିଦେଲେ ଅନ୍ଯ କେହି ମଧ୍ଯ ଘରୁ ବାହାରିବା ଦେଖିବାକୁ ମିଳିନଥିଲା । 

ସେପଟେ ସାଧାରଣ ଜନତା ଗଞ୍ଜାମ ଜିଲ୍ଲାରେ ପ୍ରଶାସନକୁ ବହୁ ମାତ୍ରାରେ ସହଯୋଗ କରି ନିଜେ ସ୍ୱତଃପ୍ରଭ୍ରୁତ ଭାବେ ସଟଡାଉନକୁ କଡାକଡି ଭାବରେ ପାଳନ କରିଥିବା ଏବଂ ପ୍ରଶାସନକୁ ସେଭଳି କଡାକଡି ପଦକ୍ଷେପ ନେବାକୁ ପଡିନଥିବା କହିଛନ୍ତି ଜିଲ୍ଲାପାଳ । 
 

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

16:44 April 25

କଟକରେ କଡାକଡି ପାଳନ ହେଉଛି ସଟଡାଉନ

କଟକରେ କଡାକଡି ପାଳନ ହେଉଛି ସଟଡାଉନ

କଟକ: କଟକରେ କଡାକଡି ପାଳନ ହେଉଛି ସଟଡାଉନ । କେବଳ ଜରୁରୀକାଳୀନ ସେବାକୁ ଛାଡିଲେ ଆଉ ସମସ୍ତ ସେବା ଏକପ୍ରକାର ଠପ ହୋଇଯାଇଛି । 

ରାସ୍ତାଘାଟ ଶୂନଶାନ ଥିବାବେଳେ କାଁଭାଁ ଗାଡି ଚଳାଚଳ କରୁଛି । ବିଶେଷ ଭାବେ କଟକବାସି ଏହି ସଟଡାଉନକୁ ସମ୍ପୂର୍ଣ୍ଣ ଭାବେ ପାଳନ କରିଥିବା ଦେଖିବାକୁ ମିଳିଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

15:18 April 25

ନୂଆପଡାରେ ସଟଡାଉନ: ସୀମା ସିଲ କଲା ପୋଲିସ

ନୂଆପଡାରେ ସଟଡାଉନ: ପୋଲିସ ପକ୍ଷରୁ ବୋର୍ଡର ସିଲ

ନୂଆପଡା : ଜିଲ୍ଲାର ଛତିଶଗଡ଼ ସୀମାନ୍ତ ଖରିଆରରୋଡ଼ ସହରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ସେହିଭଳି ଖରିଆର ରୋଡ଼ ଛତିଶଗଡ଼ ସୀମାନ୍ତକୁ ଲାଗି ରହିଥିବା କାରଣରୁ ଛତିଶଗଡ଼ ଲିଙ୍କ ନେଇ ନୂଆପଡା ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଫଳରେ ନୂଆପଡା ପୋଲିସ ପକ୍ଷରୁ ବୋର୍ଡରକୁ ସିଲ କରାଯାଇଛି । 

ବୋର୍ଡର ଏରିଆରେ 24 ଘଣ୍ଟିଆ ପୋଲିସ ପହରା ଲାଗିରହିଥିବା ବେଳେ, ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଟେଷ୍ଟିଙ୍ଗ ପାଇଁ ମହଜୁଦ ରହିଛି । ପଥଚାରି ମାନଙ୍କୁ ଚେକିଙ୍ଗ କରାଯାଉଛି । ନେଗେଟିଭ ରିପୋର୍ଟ ଥିଲେ ଜିଲ୍ଲାକୁ ପ୍ରବେଶ ଅନୁମତି ଦିଆଯାଉଛି । କିମ୍ବା କୋଭିଡ ଟିକାର ଦ୍ଵିତୀୟ ଡୋଜ ସାର୍ଟିଫିକେଟ ଦେଖାଇଲେ ଛଡାଯାଉଛି । ଏନେଇ ଖରିଆର ରୋଡ଼ NAC କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କର ପ୍ରତିକ୍ରୀୟା ରଖିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

14:19 April 25

କଳାହାଣ୍ଡିରେ ଦ୍ବିତୀୟ ଦିନରେ ସଟଡାଉନ, ଖାଁ ଖାଁ ରାସ୍ତା

କଳାହାଣ୍ଡିରେ ଦ୍ବିତୀୟ ଦିନରେ ସଟଡାଉନ, ଖାଁ ଖାଁ ରାସ୍ତା

ଭବାନୀପାଟଣା: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ମହାମାରୀ କୋରୋନା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ସହ ସପ୍ତାହନ୍ତ ଦୁଇଦିନ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି । ଫଳରେ କଳାହାଣ୍ଡିରେ ମଧ୍ୟ ଦ୍ବିତୀୟ ଦିନରେ ଦେଖିବାକୁ ମିଳିଛି ସଟଡାଉନର ପ୍ରଭାବ । ଭବାନୀପାଟଣା ସହର ସମେତ ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଥିବା ବେଳେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅମାନିଆଙ୍କଠାରୁ ଫାଇନ ଆଦାୟ କରାଯାଉଥିବା ବେଳେ ଚେକିଙ୍ଗକୁ ଜୋରଦାର କରିଛି ଜିଲ୍ଲା ପୋଲିସ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

12:37 April 25

ଲୋକେ ସଚେତନ, ଅନୁଗୋଳରେ ସବୁ ଦୋକାନ ବଜାର ବନ୍ଦ

ଲୋକେ ସଚେତନ, ଅନୁଗୋଳରେ ସବୁ ଦୋକାନ ବଜାର ବନ୍ଦ

ଅନୁଗୋଳ: କୋଭିଡର ଦ୍ଵିତୀୟ ଲହର ଭୟ । ଅନୁଗୋଳ ଜିଲ୍ଲାର ଲୋକେ ନିଜ ଆଡୁ ନିଜେ ସଚେତନ ହୋଇ ଜିଲ୍ଲାର ଥିବା ସମସ୍ତ ବଜାର ଅଞ୍ଚଳକୁ ବନ୍ଦ କରିଛନ୍ତି । କୋଭିଡ ଗାଇଡ଼ଲାଇନ ଅନୁଯାୟୀ, କେବଳ ଅନୁଗୋଳ ସହରାଞ୍ଚଳ ନୁହେଁ ବରଂ ଗ୍ରାମାଞ୍ଚଳରେ ଥିବା ବଜାର ଅଞ୍ଚଳରେ ସପ୍ତାହନ୍ତ ସଟଡାଉନ ଦେଖିବାକୁ ମିଳିଛି । ଜିଲ୍ଲାର ଚାରୋଟି ଉପଖଣ୍ଡ ସମେତ ସମସ୍ତ ଆଠଟି ବ୍ଲକ ମୁଖ୍ୟାଳୟରେ ଏହି ସପ୍ତାହ ଶେଷ ଦୁଇ ଦିନ ସଟଡାଉନ କରାଯାଇଛି । ପାଲଲହଡ଼ାଠାରୁ ଆରମ୍ଭ କରି ଆଠମଲ୍ଲିକର କିଆକଟା ଆଦି ଛକଗୁଡ଼ିକରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଖାଲି ସେତିକି ନୁହଁ, ଯେଉଁ ସବୁ ବଜାର ଅଞ୍ଚଳରେ ଲୋକଙ୍କ ଯିବା ଆସିବା ଅଧିକ ରହୁଛି, ସେ ସବୁ ସ୍ଥାନରକୁ ମଧ୍ୟ ସଟଡାଉନ କରାଯାଇଛି । ସବୁ ଛକ ଓ ବଜାର ଅଞ୍ଚଳରେ ପୋଲିସ ମୁତୟନ କରାଯିବା ସହିତ ନିହାତି କାମ ନଥିଲେ ଲୋକ ଯଦି ବାହାରକୁ ବାହାରିଛନ୍ତି, ସେମାନଙ୍କୁ ପୋଲିସ ତାଗିଦ କରୁଛି । ତେବେ ଲୋକେ ନିଜ ଆଡୁ ନିଜେ ସଚେତନ ଥିବାରୁ ଏହାକୁ ପ୍ରଶଂସା କରିଛନ୍ତି ଜିଲ୍ଲାପାଳ ।  

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

12:36 April 25

ବାହାରୁ ଆସୁଥିବା ଲୋକେ ଦେଖାଇବେ କୋଭିଡ ପ୍ରମାଣ ପତ୍ର

ବାହାରୁ ଆସୁଥିବା ଲୋକେ ଦେଖାଇବେ କୋଭିଡ ପ୍ରମାଣ ପତ୍ର

ସୁବର୍ଣ୍ଣପୁର: ଜିଲ୍ଲାରେ ବ୍ୟାପକ ପୋଲିସ ବ୍ୟବସ୍ଥା ଭିତରେ ସାପ୍ତାହିକ ସଟଡାଉନ କରାଯାଇଛି । ଶନିବାର ଓ ରବିବାର ଦୁଇ ଦିନ ସାପ୍ତାହିକ ସଟଡାଉନ ଘୋଷଣା କରାଯାଇଥିବା ବେଳେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିଛି । ସେହିପରି କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳା ପ୍ରଶାସନ ପକ୍ଷରୁ ସଟଡାଉନ ପାଳନ କରାଯାଉଛି । ବାହାର ରାଜ୍ୟରୁ ମାଲ ନେଇ ଜିଲ୍ଲାକୁ ଆସୁଥିବା ବ୍ୟକ୍ତିମାନଙ୍କ କୋଭିଡ ପ୍ରମାଣ ପତ୍ର ଯାଞ୍ଚ କରାଯିବା ସହ ପଜିଟିଭି ଆସିଲେ ହୋମ ଆଇସୋଲେସନ ଅବା ଅସ୍ଥାୟୀ ଚିକିତ୍ସା ଶିବିରରେ ରଖାଯାଉଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । 

ଗତକାଲି ଜିଲ୍ଲାରେ 6 ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ସେନେଇ ଆଜି ସ୍ବତଃ ସହରବାସୀ ସଟଡାଉନ ପାଳନ କରିଛନ୍ତି । କାଁ ଭାଁ ଗାଡି ମୋଟର ଚଳାଚଳ ଓ ଜରୁରୀକାଳିନ ସେବାକୁ ବାଦ ଦେଲେ ସାରା ସହର ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ନିଜେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ପୋଲିସ ବ୍ୟବସ୍ଥାର ତଦାରଖ କରୁଛନ୍ତି । ସଦର ମହକୁମାରେ ତିନି ପ୍ଲାଟୁନ ପୋଲିସ ଓ ଦଶ ଜଣ ପୋଲିସ ଅଫିସରଙ୍କୁ ଦାୟୀତ୍ବ ପ୍ରଦାନ କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

10:06 April 25

ସଟଡାଉନ ପାଇଁ ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ଜନଶୂନ୍ୟ

ସଟଡାଉନ ପାଇଁ ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ଜନଶୂନ୍ୟ

ଖୋର୍ଦ୍ଧା: କୋରୋନାର ଦ୍ରୁତ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସହରାଞ୍ଚଳରେ ସାପ୍ତାହିକ ସଟଡାଉନ ଘୋଷଣା କରିଛନ୍ତି । ଏନେଇ ଜିଲାର ଖୋର୍ଦ୍ଧା, ଜଟଣୀ,ବାଲୁଗାଁ ଏବଂ ବାଣପୁର ସହରାଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଗତକାଲି ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ ବ୍ୟବସାୟୀମାନେ ସ୍ବତଃ ପ୍ରବୃତ୍ତ ଭାବେ ସେମାନଙ୍କର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିଥିବା ବେଳେ ସାଧାରଣ ଜନତାମାନେ ମଧ୍ୟ ଘରୁ ବାହାରିନଥିବା ଦେଖାଦେଇଥିଲା । ସେହିଭଳି ଆଜି ମଧ୍ୟ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ଲକିଂ ଓ ଚେକିଂ ଜାରି ରହିଥିବା ଦେଖାଦେଇଛି । ନିଜେ ଖୋର୍ଦ୍ଧା ଏସ୍ପି ଓ ତହସିଲଦାର ସହରରେ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । କିଛି ଅମାନିଆ ବାହାରେ ବୁଲୁଥିବାରୁ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଦେଖାଦେଇଛି ।  


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Apr 25, 2021, 7:35 PM IST

ABOUT THE AUTHOR

...view details