ଭୁବନେଶ୍ବର: ଯାଦେବୀ ସର୍ବଭୂତେଷୁ ମନ୍ତ୍ରର ତାଳେ ତାଳେ ନିଜ ନୃତ୍ୟରେ ଦେବୀଙ୍କ ବନ୍ଦନା କରିବା ସହିତ ବର୍ଷ ବର୍ଷ ଧରି ଗୁରୁଙ୍କ ଠାରୁ ଗ୍ରହଣ କରିଥିବା ଶିକ୍ଷାର ସୁନ୍ଦର ପ୍ରଦର୍ଶନ କରିଛନ୍ତି କଳାକାର । ଯାହାକୁ ଉପସ୍ଥିତ ଦର୍ଶକ ମନ୍ତ୍ରମୁଗ୍ଧ ହୋଇ ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।
ନୃତ୍ୟାୟନ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଭଞ୍ଜକଳାମଣ୍ଡପ ଠାରେ ଆୟୋଜିତ ହୋଇଥିଲା ଦ୍ଵିତୀୟ ବାର୍ଷିକ ଉତ୍ସବ । ଯେଉଁଥିରେ କୁନି କୁନି ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବଡ଼ ପିଲାଯାଏ ଏମିତିକି ସେମାନଙ୍କ ମା ମାନେ ମଧ୍ୟ ଏହି ଅବସରରେ ନିଜର ନୃତ୍ୟ ପ୍ରତିଭାର ପ୍ରଦର୍ଶନ କରିଛନ୍ତି । ଗୁରୁ ସୁନିତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଉଭୟ ଓଡିଶୀ, ମାହାରୀ ଓ ସମ୍ବଲପୁରୀ ଲୋକନୃତ୍ୟକୁ ପାଖାପାଖି 70ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରଦର୍ଶନ କରିଛନ୍ତି ।