ଭୁବନେଶ୍ବର: ରାଜ୍ୟରେ ଟୀକାକରଣ ପାଇଁ ରହିଛି 29 ହଜାର ସେସନସାଇଟ ମାତ୍ର ପ୍ରଥମ ପର୍ଯ୍ୟାୟରେ ଏତେ ଦରକାର ହେବନି ବୋଲି ସୋମବାର ସ୍ବାସ୍ଥ୍ୟସଚିବ ଚିଠି ଲେଖିଛନ୍ତି । ସେସନସାଇଟର ଭିଜିବିଲିଟି ଦେଖିବାକୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସଚିବ। ସେସନସାଇଟରେ ଓ୍ଵେଟିଂ ରୁମ୍, ଭାକସିନେସନ ରୁମ୍ ଓ ଅବସରଭେସନ ରୁମ୍ ଠିକ ଅଛି ନା ନାହିଁ ସେ ନେଇ ତଦାରଖ କରାଯିବ।
ପ୍ରଥମେ ଓ୍ଵେଟିଂ ରୁମରେ ଟିକା ପାଇବା ଲୋକଙ୍କ ତଥ୍ୟ ଯାଞ୍ଚ ହେବ । ସେମାନଙ୍କ ନାମ ଡାଟାବେଶରେ ଅଛି କି ନାହିଁ ଯାଞ୍ଚ ହେବ। ଏହାପରେ ଭ୍ୟାକସିନେସନ ରୁମରେ ସେମାନଙ୍କ ବାକି ତଥ୍ୟ ଯାଞ୍ଚ ହୋଇ ଟିକା ଦିଆଯିବ। ଏହାପରେ ସେମାନଙ୍କୁ ଅବଜରଭେସନ ରୁମରେ 30 ମିନିଟ ରଖାଯିବ।