ଭୁବନେଶ୍ବର:ମହାମାରୀ କୋରୋନା ଆତଙ୍କ ମଧ୍ୟରେ ଜୀବନ ନେଉଛି ବ୍ଲାକ ଫଙ୍ଗସ୍ । କୋରୋନା ସଂକ୍ରମଣରୁ ସୁସ୍ଥ ହେବାପରେ କିଛି ବ୍ଲାକ୍ ଫଙ୍ଗସ୍ ସଂକ୍ରମଣର ଶିକାର ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯ ଜଣ ଆକ୍ରାନ୍ତ ବ୍ଲାକ୍ ଫଙ୍ଗସ୍ରେ ସଂକ୍ରମିତ ହୋଇ ମୃତ୍ୟୁମୁଖରେ ପଡ଼ିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୨୧୨ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
୨୧୨ ଜଣ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତଙ୍କ ମଧ୍ୟରୁ ୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ ରାଜ୍ୟରେ କୋରୋନା ସଂକ୍ରମଣ କମିବାରେ ଲାଗିଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।