ଭୁବନେଶ୍ବର:ରାଜ୍ୟ କୋରୋନା ମାମଲାରେ ଲାଗୁନି ବ୍ରେକ । 24 ଘଣ୍ଟାରେ ପୁଣି 2819 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 9 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 75535ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା 2819 ଆକ୍ରାନ୍ତଙ୍କ ମଧ୍ୟରୁ 1691 ଆକ୍ରାନ୍ତ ହୋମ କ୍ବାରେଣ୍ଟାଇନ ଚିହ୍ନଟ ହୋଇଥିବା ବେଳେ 1128 ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ପୁଣି 2819 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
24 ଘଣ୍ଟାରେ ପୁଣି 2819 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 9 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 75535ରେ ପହଞ୍ଚିଛି ।
ତେବେ ଆଜି ପୁଣି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା 443 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରେ 23, ବାଲେଶ୍ବରରେ 105, ବରଗଡରେ 136, ଭଦ୍ରକରେ 77, ବଲାଙ୍ଗୀରରେ 56, ବୌଦ୍ଧରେ 6, କଟକରେ 257, ଢେଙ୍କାନଲରେ 100, ଗଜପତିରେ 62, ଗଂଜାମରେ 192, ଜଗତସିଂହପୁର ରେ 48, ଯାଜପୁର ରେ 120, ଝରସୁଗୁଡ଼ାରେ 63, କଳାହାଣ୍ଡି ରେ 55, କନ୍ଧମାଳ ରେ 44, କେନ୍ଦ୍ରାପଡା ରେ 62, କେନ୍ଦୁଝର ରେ 7, କୋରାପୁଟରେ 81, ମାଲକାନଗିରିରେ 83, ମୟୂରଭଞ୍ଜରେ 219, ନବରଙ୍ଗପପୁରରେ 43, ନୟାଗଡ ରେ 64, ନୂଆପଡାରେ 1, ପୁରୀରେ 109, ରାୟଗଡାରେ 147, ସମ୍ବଲପୁରରେ 145, ସୋନପୁରରେ 14 ଏବଂ ସୁନ୍ଦରଗଡରେ 57 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 75537 ରହିଥିବା ବେଳେ 50503 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ 24582 ଆକ୍ରାନ୍ତ ଏବେବି ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ