ଭୁବନେଶ୍ବର: ରାଜ୍ୟ ମହିଳା ଆୟୋଗର 27ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି। ରାଜ୍ୟରେ ମହିଳାଙ୍କ ଅଧିକାର ଓ ନ୍ୟାୟ ପାଇଁ ମହିଳା କମିଶନ ଆଗକୁ ଆସିଛି। ଯେଉଁଭଳି ଭାବରେ ମହିଳା ନିର୍ଯ୍ୟାତିତ ହେଉଛନ୍ତି ଆଗାମୀ ଦିନରେ ମହିଳା କିଭଳି ସୁରକ୍ଷିତ ରହିବେ ସେନେଇ ସଚେତନତା କରାଯାଉଛି।
ଓଡିଶା ରାଜ୍ୟ ମହିଳା ଆୟୋଗର 27 ତମ ପ୍ରତିଷ୍ଠା ଦିବସ। ରାଜ୍ୟ ମହିଳା କମିଶନଙ୍କ ନିକଟରେ ପଞ୍ଜିକୃତ ହୋଇଥିବା ମାମଲା ସଂଖ୍ୟା 72 ହଜାର 299। ଏଥି ମଧ୍ୟରୁ 62 ହଜାର 303 ଟି ମାମଲା ସମାଧାନ ହୋଇଥିବା ବେଳେ 9 ହଜାର 996 ଟି ମାମଲାର ଶୁଣାଣି ଚାଲୁ ରହିଛି। ଏହା ବ୍ୟତୀତ ବିଭିନ୍ନ ସମ୍ବେଦନ ଘଟଣାରେ ମହିଳା ଆୟୋଗ ସ୍ବତଃ ପ୍ରବୃତ ଭାବରେ ମାମଲା ଗ୍ରହଣ କରି ମହିଳାଙ୍କର ଅଧିକାର ଓ ସ୍ବାର୍ଥକୁ ବଜାଇ ରଖିବାରେ ପ୍ରଚେଷ୍ଟା ଜାରି ରଖିଛି ମହିଳା କମିଶନର । ଏହି ଅବସରରେ ରାଜ୍ୟର ସମସ୍ତ ସଖୀ କର୍ମକର୍ତ୍ତାଙ୍କ ପାଇଁ ୱାନ ଷ୍ଟପ ସେଣ୍ଟରରେ କିଭଳି ଉତ୍ତମ ଭାବରେ ସଚେତନତା ସୃଷ୍ଟି କରାଯିବ ସେନେଇ ଆଲୋଚନା କରାଯାଇଥିଲା ।