ଓଡିଶା

odisha

ETV Bharat / city

ନିଦ ହଜାଇଛି ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଚାଷୀ ମୁଣ୍ଡରେ ଚଡକ

ଚାଷୀ ମୁଣ୍ଡରେ ପଡିଛି ବଜ୍ର ଚଡକ । ଆବଶ୍ୟକଠାରୁ ଚଳିତ ବର୍ଷ ବହୁତକମ ପରିମାଣର ବର୍ଷା ହୋଇଛି ରେକର୍ଡ । 27 ଜିଲ୍ଲାରେ ନିଅଣ୍ଟିଆ ବର୍ଷା । ଅଧିକ ପଢନ୍ତୁ...

By

Published : Aug 25, 2021, 7:13 PM IST

ନିଦ ହଜାଇଛି ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଚାଷୀ ମୁଣ୍ଡରେ ଚଡକ
ନିଦ ହଜାଇଛି ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଚାଷୀ ମୁଣ୍ଡରେ ଚଡକ

ଭୁବନେଶ୍ବର: ରାଜ୍ୟରେ ଆସନ୍ନ ମରୁଡିର ଚିନ୍ତାଜନକ ପରିସ୍ଥିତି । ମାଟି ଫାଟି ଆଁ କଲାଣି । ଜମିରେ ଜଳ ଅଭାବ । ନିଦ ହଜାଇଛି ନିଅଁଟିଆ ବର୍ଷା । ଚାଷୀ ମୁଣ୍ଡରେ ପଡିଛି ବଜ୍ର ଚଡକ । ଆବଶ୍ୟକଠାରୁ ଚଳିତ ବର୍ଷ ବହୁତକମ ପରିମାଣର ବର୍ଷା ହୋଇଛି ରେକର୍ଡ । ସ୍ବଳ୍ପ ବର୍ଷା ଯୋଗୁଁ ରାଜ୍ୟରେ ପ୍ରଭାବିତ ହୋଇଛି ରାଜ୍ୟର ଚାଷ କାମ । ମରୁଡିର ଅଟକଳକୁ ବଢାଇଦେଇଛି ଏହି ଅଭାବୀ ବର୍ଷା ।

ଚଳିତ ଅଗଷ୍ଟ ମାସରେ ପହିଲାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୧୩୫ ମିଲିମିଟର ବର୍ଷା ହୋଇଛି, ଯାହା ସ୍ବାଭାବିକ ଠାରୁ ୫୦ ପ୍ରତିଶତ କମ। ଏହାସହ ଚଳିତ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ଥିତି ଅନୁଯାୟୀ ଜୁନ୍ ପହିଲାରୁ ୨୫ ଅଗଷ୍ଟ ମଧ୍ୟରେ ରାଜ୍ୟରେ ମୋଟ ୫୯୨ ମିଲିମିଟର ବର୍ଷା ହୋଇଛି। ଏହି ଅବଧି ମଧ୍ୟରେ ସ୍ବାଭାବିକଠାରୁ ୩୧ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି । ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା ।

ଅନ୍ୟପକ୍ଷେ ୭ ଜିଲ୍ଲାରେ ଅଭାବୀ ବର୍ଷାର ଉତ୍କଟ ପରିସ୍ଥିତି ଉପୁଜିଛି । ଯେଉଁ ୭ ଜିଲ୍ଲାରେ ସର୍ବାଧିକ ନିଅଣ୍ଟିଆ ବର୍ଷା ହୋଇଛି, ସେଗୁଡିକ ମଧ୍ୟରେ ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର, ଅନୁଗୋଳ, ବୌଦ୍ଧ, ଯାଜପୁର, ଭଦ୍ରକ ସାମିଲ ଅଛି । ଭଦ୍ରକରେ ଜୁନ ମାସରେ ୪୮ %, ଜୁଲାଇରେ 42%, ଅଗଷ୍ଟରେ 58.4% କମ ବର୍ଷା ରେକର୍ଡ ହୋଇଛି । ଅଗଷ୍ଟ ମାସରେ ମାସରେ ନଅଣ୍ଟିଆ ବର୍ଷା ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଦୁଇ ଦଶନ୍ଧି ପରେ କ୍ରମାଗତ ୩ ମାସ ଧରି ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ ବିଭାଗର ରିପୋର୍ଟରୁ ଜଣାପଡିଛି ।

ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ ପାଇଁ ପାଣି ନପାଇ ଚାଷୀକୂଳ ହତାଶ ହୋଇପଡିଛି । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଥିଲେ । ଅଗଷ୍ଟ ୩୧ ସୁଦ୍ଧା ପ୍ରତି ବ୍ଲକ ପାଇଁ ସ୍ୱତନ୍ତ୍ର କଣ୍ଟିଜେନ୍ସି ପ୍ଲାନ କରିବାକୁ OUATକୁ କୃଷି ବିଭାଗ ଆଗୁଆ ନିର୍ଦ୍ଦେଶ ଦେଇଛି । ସ୍ବଳ୍ପ ବର୍ଷା ଯୋଗୁଁ ରାଜ୍ୟର ଯାଜପୁର, ଭଦ୍ରକ, କେନ୍ଦୁଝର ଓ ବଲାଙ୍ଗୀର ସର୍ବାଧିକ ପ୍ରଭାବିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details