ଭୁବନେଶ୍ବର: ଆଜି ରାଜ୍ୟରୁ ପୁଣି 260 କୋରୋନା ପଜିଟିଭ ଚିହ୍ନଟ । କ୍ବାରେଣ୍ଟାଇନ ସେଣ୍ଟରରୁ 151 ଜଣ ଆକ୍ରାନ୍ତ ହୋଇଛନ୍ତି । 109 ଜଣ ସ୍ଥାନୀୟ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ରାଜ୍ୟର 29 ଜିଲ୍ଲାରୁ ନୂତନ କୋରୋନା ଆକ୍ରନ୍ଚ ଚିହ୍ନଟ ହୋଇଛନ୍ତି । ନୟାଗଡରୁ ଗୋଟିଏ ମଧ୍ୟ ପଜିଟିଭ ମାମଲା ଆସିନାହିଁ । ସେହିପରି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ 32 ଜଣ ସଂକ୍ରମିତ ହୋଇଛନ୍ତି ।
ଅନୁଗୋଳରୁ 21, ବାଲେଶ୍ବରରୁ 2, ବରଗଡ 19, ଭଦ୍ରକ 6, ବଲାଙ୍ଗୀର 9, ବୌଦ୍ଧ 2, କଟକରୁ 24, ଦେବଗଡରୁ 4, ଗଜପତି 18, ଗଞ୍ଜାମ 5, ଜଗତସିଂହପୁର 1, ଯାଜପୁର 9, ଝାରସୁଗୁଡା 15, କଳାହାଣ୍ଡି 8, କନ୍ଧମାଳ 3, କେନ୍ଦ୍ରାପଡା2, କେନ୍ଦୁଝର 10, ଖୋର୍ଦ୍ଧା 11, କୋରାପୁଟ 1, ମାଲକାନଗିରି 1, ମୟୂରଭଞ୍ଜରୁ 11 ଜଣ କୋରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ।
ସେହିଭଳି ନବରଙ୍ଗପୁରରେ 2, ନୂଆପଡାରୁ 8, ପୁରୀରୁ 9, ରାୟଗଡାରୁ 3, ସମ୍ବଲପୁରରୁ 19, ସୋନପୁରରୁ 3, ସୁନ୍ଦରଗଡରୁ 31 ଜଣ ନୂତନ ପଜିଟିଭ ବାହାରିଛନ୍ତି । ଆଜିର ଷ୍ଟେଟ ପୁଲ 2 ରହିଛି ।
ଆଜିର ଏହି ରିପୋର୍ଟ ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 31 ହଜାର 862 ରେ ପହଞ୍ଚିଛି । 269 ଆକ୍ରାନ୍ତ ସୁସ୍ଥ ହେବା ପରେ ମୋଟ ଆରୋଗ୍ୟ ସଂଖ୍ୟା 3 ଲକ୍ଷ 27 ହଜାର 803 କୁ ବୃ୍ଦ୍ଧି ପାଇଛି ।