ଭୁବନେଶ୍ବର: ଦେଶର କୋଭିଡ ସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ଓଡ଼ିଶା ସମେତ ୮ଟି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ବୈଠକରେ ସାମିଲ ହୋଇଥିଲେ । ଭିଡ଼ିଓ କନଫରେସିଂ ଜରିଆରେ ଓଡିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ବୈଠକରେ ଉପସ୍ଥିତ ଥିଲେ ।
ରାଜ୍ୟର ଆବଶ୍ୟକତା ବାବଦରେ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ଟିକା ସହ ଅନ୍ୟାନ୍ୟ କୋଭିଡ ମୁକାବିଲା ସାମଗ୍ରୀ ଦାବି କରିଛି ରାଜ୍ୟ । ରାଜ୍ୟରେ ପ୍ରାୟ 22 ଲକ୍ଷ ଲୋକ ଦ୍ଵିତୀୟ ଡୋଜ ଟିକା ନେବାରେ ସମସ୍ୟା ରହିଛି । ଟୀକା ମିଳିବାରେ ବିଳମ୍ବ ହେବାରୁ ଟୀକା ନେବା ସମୟ ଗଡ଼ିବାରେ ଲାଗିଛି । ଏହା ସହ ନେସନାଲ ଟାସ୍କଫୋର୍ସ 24*7 ସହାୟତା କେନ୍ଦ୍ର ଗଠନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦାବି କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ । ରାଜ୍ୟରେ ପର୍ଯ୍ୟାପ୍ତ ଅକ୍ସିଜେନ ଅଛି । କିନ୍ତୁ ସିଲିଣ୍ଡରର ଆବଶ୍ୟକତା ରହିଛି । ତେଣୁ 30 ହଜାର ସିଲିଣ୍ଡର ଯୋଗାଇବା ଲାଗି ଅନୁରୋଧ କରିଛନ୍ତି ନବ । 15 ହଜାର ବି ଟାଇପ ଓ 15 ହଜାର ଡି ଟାଇପ ସିଲିଣ୍ଡର ଯୋଗାଇବା ଲାଗି ଦାବି ହୋଇଛି । ଏହା ସହ 500 ଭେଣ୍ଟିଲେଟର, ପିପି କିଟ 5 ଲକ୍ଷ, ଗ୍ଲୋବସ 10 ଲକ୍ଷ, ଏନ95 ମାସ୍କ 10 ଲକ୍ଷ ଓ ପର୍ଯ୍ୟାପ୍ତ ରାପିଡ଼ ଆଣ୍ଟିଜେନ କୀଟ ଯୋଗାଇବା ଲାଗି ନବକିଶୋର ଦାବି କରିଛନ୍ତି ।