ଓଡିଶା

odisha

ETV Bharat / city

ବିପଦରେ ଗଜରାଜ: ୩ ବର୍ଷରେ ଯାଇଛି ୨୪୬ ହାତୀଙ୍କ ଜୀବନ - ହାତୀ ଗଣନା

୨୦୧୭ ବର୍ଷ ହାତୀ ଗଣନା ଅନୁଯାୟୀ ରାଜ୍ୟରେ ୫୦ ବନଖଣ୍ଡର ମୋଟ ହାତୀଙ୍କ ସଂଖ୍ୟା ୧୯୭୬ ରହିଛି । ବିଗତ ତିନି ବର୍ଷରେ ବିଭିନ୍ନ କାରଣରୁ ୨୪୬ ହାତୀଙ୍କ ଜୀବନ ଯାଇଛି । ଅଧିକ ଖବର ପଢନ୍ତୁ...

୩ ବର୍ଷରେ ଯାଇଛି ୨୪୬ ହାତୀଙ୍କ ଜୀବନ
୩ ବର୍ଷରେ ଯାଇଛି ୨୪୬ ହାତୀଙ୍କ ଜୀବନ

By

Published : Feb 18, 2020, 5:46 PM IST

ଭୁବନେଶ୍ବର: ୨୦୧୭ ବର୍ଷ ହାତୀ ଗଣନା ଅନୁଯାୟୀ ରାଜ୍ୟରେ ୫୦ ବନଖଣ୍ଡର ମୋଟ ହାତୀଙ୍କ ସଂଖ୍ୟା ୧୯୭୬ ରହିଛି । ଶିମିଳିପାଳରେ ସର୍ବାଧିକ ୩୩୦, ଢେଙ୍କାନାଳରେ ୧୬୯ , ସାତକୋଶିଆରେ ୧୪୭ ଓ ଆଠଗଡରେ ହାତୀଙ୍କ ସଂଖ୍ୟା ଅଛି ୧୧୫ ।

୩ ବର୍ଷରେ ଯାଇଛି ୨୪୬ ହାତୀଙ୍କ ଜୀବନ
୩ ବର୍ଷରେ ଯାଇଛି ୨୪୬ ହାତୀଙ୍କ ଜୀବନ

ବିଗତ ତିନି ବର୍ଷରେ ବିଭିନ୍ନ କାରଣରୁ ୨୪୬ ହାତୀଙ୍କ ଜୀବନ ଯାଇଛି । ରାଜ୍ୟରେ ସର୍ବମୋଟ ୧୪ ଟି ହାତୀ କରିଡର ରହିଛି । ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

୩ ବର୍ଷରେ ଯାଇଛି ୨୪୬ ହାତୀଙ୍କ ଜୀବନ

ସେହିଭଳି ଚିଲିକାରେ ଡଲଫିନଙ୍କ ସଂଖ୍ୟା ବଢିଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ । ୨୦୧୯-୨୦ ରେ ୧୪୬ ଇରାୱାଡି ଡ଼ଲଫିନ, ୧୭ ଟି ବଟଲନୋଜ ଡ଼ଲଫିନ ରହିଛନ୍ତି । ଲିଖିତ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

୩ ବର୍ଷରେ ଯାଇଛି ୨୪୬ ହାତୀଙ୍କ ଜୀବନ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details