ଭୁବନେଶ୍ବର: ବିଶ୍ବବ୍ୟାପୀ କୋରୋନା କହର ଜାରି ରହିଥିବାବେଳେ ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢିଚାଲିଛି । ଯାହା ପ୍ରଶାସନକୁ ଏକ ପ୍ରକାର ଚିନ୍ତା ଦେଉଛି । ହେଲେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଯାହା ଏକ ଆଶ୍ବସ୍ତିକର ସଙ୍କେତ । ଏହି କ୍ରମରେ ଶନିବାର ରାଜ୍ୟରେ ପୁଣି 18ଟି ଜିଲ୍ଲାର 237ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥଙ୍କ ମଧ୍ୟରେ କଟକର ସର୍ବାଧିକ ରହିଛନ୍ତି ।
18 ଜିଲ୍ଲାର 237 ଆକ୍ରାନ୍ତ ସୁସ୍ଥ, ମୋଟ ସଂଖ୍ୟା 3534 - corona recovery rate in odisha
ଶନିବାର ରାଜ୍ୟରେ ପୁଣି 18ଟି ଜିଲ୍ଲାର 237ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 3534ରେ ପହଞ୍ଚିଛି । ସୁସ୍ଥଙ୍କ ମଧ୍ୟରେ କଟକର ସର୍ବାଧିକ ରହିଛନ୍ତି ।
ରାଜ୍ୟର 18 ଜିଲ୍ଲାରେ 237 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ, ମୋଟ ସଂଖ୍ୟା 3534
ସୂଚନାନୁସାରେ କଟକରେ 70, ଖୋର୍ଦ୍ଧାରେ 54, ଜଗତସିଂହପୁରରେ 20, କନ୍ଧମାଳରେ 19, ଗଞ୍ଜାମରେ 17, ଭଦ୍ରକ ଓ ମୟୂରଭଞ୍ଜରେ 9 ଜଣ ଲେଖାଏଁ, କେନ୍ଦୁଝରରେ 8 ଜଣ, ଢେଙ୍କାନାଳ ଓ ପୁରୀରେ 7 ଜଣ ଲେଖାଏଁ, କେନ୍ଦ୍ରାପଡା ଓ ନୟାଗଡରେ 4ଜଣ ଲେଖାଏଁ, କଳାହାଣ୍ଡି, ମାଲକାନଗିରି ଓ ସମ୍ବଲପୁରରେ 2 ଜଣ ଲେଖାଏଁ, ବୌଦ୍ଧ, ଝାରସୁଗୁଡା ଓ ସୁନ୍ଦରଗଡରେ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 3534ରେ ପହଞ୍ଚିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ