ଓଡିଶା

odisha

ETV Bharat / city

ରାଜଧାନୀରେ କମୁଛି ସଂକ୍ରମଣ, ଆଜି 201 ଆକ୍ରାନ୍ତ ଚିହ୍ନଟ - 201 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବରରେ 201 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ବରରେ 28 ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

ରାଜଧାନୀରେ କମୁଛି ସଂକ୍ରମଣ
ରାଜଧାନୀରେ କମୁଛି ସଂକ୍ରମଣ

By

Published : Oct 22, 2020, 5:22 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କମିବା ସହ ରାଜଧାନୀରେ ମଧ୍ୟ କମୁଛି ସଂକ୍ରମଣ । ଗୁରୁବାର ଭୁବନେଶ୍ବରରେ 201 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ବରରେ 28 ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା ।

ଗୁରୁବାର ଚିହ୍ନଟ 201 ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 64 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟଅଞ୍ଚଳରୁ 137 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ହୋମ କ୍ଵରେଣ୍ଟାଇନରେ 64 ଆକ୍ରାନ୍ତଙ୍କ ମଧ୍ୟରେ 3 ଜଣ ଚନ୍ଦ୍ରଶେଖରପୁର, 2 ଜଣ ଭୋଇ ନଗର, 2 ଜଣ ବରମୁଣ୍ଡା, 4 ଜଣ ବରଗଡ , 3 ଜଣ ଗ୍ୟାରେଜ ଛକ, 2 ଜଣ ଆଇଆରସି ଭିଲେଜ, 3 ଜଣ କଳିଙ୍ଗ ନଗର, 3 ଜଣ ଖଣ୍ଡଗିରି, 5 ଜଣ ଓଲଡ଼ ଟାଉନ, 4 ଜଣ ପଟିଆ, 3 ଜଣ ରସୁଲଗଡ଼, 2 ଜଣ ସୁନ୍ଦରପଦା ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି 137 ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରେ 10 ଜଣ ବରଗଡ, 4 ଜଣ ଭରତପୁର, 6 ଜଣ ବିଜେବି ନଗର, 4 ଜଣ ଚନ୍ଦ୍ରଶେଖରପୁର, 3 ଜଣ ଡୁମ ଡୁମା, 5 ଜଣ ଜୟଦେବ ବିହାର, 5 ଜଣ ଝାରପଡ଼ା, 4 ଜଣ ଲକ୍ଷ୍ମୀ ସାଗର, 8 ଜଣ ନୟାପଲି, 7 ଜଣ ଓଲଡ଼ ଟାଉନ, 8 ଜଣ ପଟିଆ, 6 ଜଣ ସହିଦ ନଗର, 3 ଜଣ ଭିଏସଏସ ନଗର, 4 ଜଣ ନୀଳାଦ୍ରି ବିହାର ଅଞ୍ଚଚଳରେ ଚିହ୍ନଟ ହୋଇଛନ୍ତି । ଏପଟେ ଭୁବନେଶ୍ୱରରେ ମୋଟ ମୃତକଙ୍କ ସଂଖ୍ୟା 146 ଛୁଇଁଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details