ଭୁବନେଶ୍ବର: ଆଜିଠୁ ଦେଶରେ ଗଡିବ 200ଟି ସ୍ବତନ୍ତ୍ର ଟ୍ରେନ୍ । ପୂର୍ବରୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଓ 30ଟି ସ୍ବତନ୍ତ୍ର ଏସି ଟ୍ରେନ୍ ଚଳାଚଳ କରୁଥିବାବେଳେ ଆଜିଠାରୁ ଆଉ 200ଟି ଟ୍ରେନ ଚାଲିବ । ଯେଉଁଥିରେ ଓଡିଶାରୁ 4 ଟ୍ରେନ ବାହାର ରାଜ୍ୟକୁ ଗଡିବ ।
ଆଜିଠୁ ଚାଲିବ 200 ସ୍ବତନ୍ତ୍ର ଟ୍ରେନ୍, ଓଡିଶାରୁ 4 - 200 special trains
ଆଜିଠୁ ଦେଶରେ ଗଡିବ 200ଟି ସ୍ବତନ୍ତ୍ର ଟ୍ରେନ୍ । ପ୍ରଥମ ଦିନରେ ପାଖାପାଖି 1.45 ଲକ୍ଷ ଯାତ୍ରୀ ବିଭିନ୍ନ ସ୍ଥାନକୁ କରିବେ ଯାତାୟତ । ସମସ୍ତଙ୍କର ହେବ ସ୍କ୍ରିନିଂ ।
ପୂର୍ବରୁ ସରକାର ଜୁନ୍ 1 ତାରିଖରୁ 200ଟି ସ୍ପେଶାଲ ଟ୍ରେନ୍ ଛାଡିବ ବୋଲି ସୂଚନା ଦେଇଥିଲେ । ଯାହାର ବୁକିଂ ଅନଲାଇନ୍ ମାଧ୍ୟମରେ କରିହେବ ବୋଲି କୁହାଯାଇଥିଲା । ତେବେ ଆଜି ପ୍ରଥମ ଦିନରେ ପାଖାପାଖି 1.45 ଲକ୍ଷ ଯାତ୍ରୀ ବିଭିନ୍ନ ସ୍ଥାନକୁ ଯାତାୟତ କରିବେ ।
ଏହି 200 ଟ୍ରେନ ମଧ୍ୟରେ କେବଳ ଭୁବନେଶ୍ବରରୁ 4ଟି ଟ୍ରେନ୍ ଗଡିବ ବୋଲି ସୂଚନା ମିଳିଛି । ଟ୍ରେନ୍ ଛାଡିବାର 90 ମିନିଟ୍ ପୂର୍ବରୁ ଯାତ୍ରୀଙ୍କୁ ରେଳ ଷ୍ଟେସନରେ ପହଞ୍ଚିବାକୁ ପଡିବ । କେବଳ କନଫର୍ମ ଟିକେଟଧାରୀଙ୍କୁ ରେଳଯାତ୍ରାର ସୁବିଧା ମିଳିବ । ଯାତ୍ରା ପୂର୍ବରୁ ଷ୍ଟେସନରେ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଛି ।