ଭୁବନେଶ୍ବର: ଲୁଟେରାଙ୍କ ରାଜ ରାଜଧାନୀବାସୀଙ୍କ ନିଦ ହଜାଇଦେଇଛି । ନୟାପଲ୍ଲୀ ଅଞ୍ଚଳର ଏକ ସୁନା ଦୋକାନ ସମ୍ମୁଖରୁ ଗହଣା ବ୍ୟାଗ୍ ନେଇ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ତେବେ ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ 2 ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନେ ଏରାଗୋଲା ଗ୍ୟାଙ୍ଗର ସଦସ୍ୟ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ନୟାପଲ୍ଲୀ ଗାନ୍ଧୀ ମାର୍କେଟରେ ଥିବା ମା ଗୌରୀ ଅଳଙ୍କାର ଦୋକାନ ସାମନାରୁ ମାର୍ଚ୍ଚ ୨୮ ତାରିଖ ରାତିରେ ଚତୁରତାର ସୁନା ବ୍ୟାଗ ଲୁଟ ହୋଇଥିଲା । ସମସ୍ତ ଅଳଙ୍କାରର ମୂଲ୍ୟ ୩୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।