ଓଡିଶା

odisha

By

Published : Sep 11, 2019, 1:26 PM IST

Updated : Sep 11, 2019, 2:40 PM IST

ETV Bharat / city

ଝାରସୁଗୁଡାରୁ ଉଡିବ ଆଉ 2 ବିମାନ

ଝାରସୁଗୁଡା ବିମାନବନ୍ଦରରୁ ଉଡିବ ଆଉ ଦୁଇଟି ବିମାନ । ଝାରସୁଗୁଡାରୁ ବେଙ୍ଗାଲୁରୁ ଓ କୋଲକାତା ଉଡିବ ବିମାନ । ପୂର୍ବରୁ ଏହି ବିମାନ ବନ୍ଦରରୁ 5ଟି ବିମାନ ଉଡାଣ ହେଉଛି ।

ଫାଇଲ ଫଟୋ

ଭୁବନେଶ୍ବର: ଝାରସୁଗୁଡାବାସୀଙ୍କ ପାଇଁ ଖୁସି ଖବର । ଝାରସୁଗୁଡା ବିମାନ ବନ୍ଦରରୁ ଉଡିବ ଆଉ 2ଟି ବିମାନ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏଥିରେ ଝାରସୁଗୁଡାରୁ ବେଙ୍ଗାଲୁରୁ ଓ କୋଲକାତାକୁ ବିମାନ ଉଡାଣ ପାଇଁ ନିଷ୍ପତ୍ତି ହୋଇଛି । ବର୍ତ୍ତମାନ ଏହି ବିମାନ ବନ୍ଦରରୁ 5ଟି ବିମାନ ଉଡାଣ କରୁଛି । ଭୁବନେଶ୍ବର ବିମାନ ବନ୍ଦର ପରି ଝାରସୁଗୁଡା ବିମାନ ବନ୍ଦରରୁ ବିମାନ ଚଳାଚଳ ସଂଖ୍ୟା ବୃଦ୍ଧି କରିବା ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଛି ।

ତେବେ ଏହି ବୈଠକରେ ରାଉରକେଲା ଏୟାରଷ୍ଟ୍ରିପକୁ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଆଲୋଚନା ହୋଇଛି । ଏଥିପାଇଁ 55 କୋଟି ଟଙ୍କାର ଟେଣ୍ଡର ମଧ୍ୟ ସରିଛି । ମୌଳିକ ଭିତ୍ତିଭୂମିର ବିକାଶ ପରେ ଏଠାରୁ ବିମାନ ଚଳାଚଳ କରିବ ।

ଲୋକସଭା ଭବନରେ ଅନୁଷ୍ଠିତ ଉକ୍ତ ବୈଠକରେ ପୂର୍ତ୍ତ ସଚିବ, ରାଜସ୍ବ ସଚିବ, ଡିଜିପି ଓ ଏୟାରପୋର୍ଟ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Sep 11, 2019, 2:40 PM IST

ABOUT THE AUTHOR

...view details