ଓଡିଶା

odisha

ETV Bharat / city

ଅଷ୍ଟଧାତୁ ଚୋରା ଚାଲାଣ: ବେଧଡକ ଚାଲିଛି କାରବାର, ମାଲାମାଲ ହେଉଛନ୍ତି ଦଲାଲ

ଅଷ୍ଟଧାତୁ ରାକେଟକୁ ଧରିବା ପାଇଁ ଏସଟିଏଫ୍ ଏକ ଟିମ୍ ଗଠନ କରି ଖୋଳତାଡ ଆରମ୍ଭ କରିଛି । ପୂର୍ବରୁ ଏହି କାରବାରରେ ଜଣେ ଗିରଫ ହୋଇଥିବାବେଳେ ଶନିବାର ଏସଟିଏଫ୍‌ ହାତରେ ଆଉ ୨ ଜଣ ଦଲାଲ ଧରାପଡିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Apr 6, 2019, 8:38 PM IST

ଭୁବନେଶ୍ବର: ଅଷ୍ଟଧାତୁକୁ ନେଇ ଚାଲିଛି ଚୋରା କାରବାର । ମୂଲ୍ୟବାନ ହୋଇଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରେ ଚାଲାଣ କରାଯାଉଛି । ଏହାକୁ ନେଇ ମୋଟା ଅଙ୍କର ଟଙ୍କା ପାଉଛନ୍ତି ଦଲାଲ । ବେଧଡକ ଚାଲିଥିବା ଏହି କାରବାର ରୋକିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।

ଏହି ଅଷ୍ଟଧାତୁ ରାକେଟକୁ ଧରିବା ପାଇଁ ଏସଟିଏଫ୍ ଏକ ଟିମ୍ ଗଠନ କରି ଖୋଳତାଡ ଆରମ୍ଭ କରିଛି । ପୂର୍ବରୁ ଏହି କାରବାରରେ ଜଣେ ଗିରଫ ହୋଇଥିବାବେଳେ ଶନିବାର ଏସଟିଏଫ୍‌ ହାତରେ ଆଉ ୨ ଜଣ ଦଲାଲ ଧରା ପଡିଛନ୍ତି । ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁଯାୟୀ, ଚନ୍ଦକା ଗ୍ରାମର ୨ ଜଣ ଯୁବକ ୟୁସୁଫ ମିର୍ଜା ଓ ଅମିର୍ ଖାନଙ୍କୁ ଗିରଫ କରିଛି ଏସଟିଏଫ୍ । ୫ କେଜିର ଏକ ରାଧା କୃଷ୍ଣ ଅଷ୍ଟଧାତୁ ଚୋରା ଚାଲାଣ କରି ଅନ୍ୟତ୍ର ବିକ୍ରି କରିବା ପାଇଁ ଏମାନେ ପ୍ରୟାସ କରୁଥିଲେ । ଏହି ସମୟରେ ଏସଟିଏଫ୍ ଏମାନଙ୍କୁ ଧରିଥିଲା ।

ପୂର୍ବରୁ ଏହି ଅଷ୍ଟଧାତୁ ଚୋରା ଚାଲାଣ କରି ମାଷ୍ଟର ମାଇଣ୍ଡ ସଇଦ୍ ଜିଲୁର୍ନଙ୍କୁ ରାଉରକେଲାରୁ ଗିରଫ କରାଯାଇଥିଲା । ଅଷ୍ଟଧାତୁ ସହ ନଗଦ ଟଙ୍କା ମଧ୍ୟ ଜବତ କରିଥିଲା ଏସଟିଏଫ୍ । ପୂର୍ବରୁ ୟୁସୁଫ ଓ ଅମିର୍ ବହୁବାର ଅଷ୍ଟଧାତୁ ଚୋରା ଚାଲାଣ କରିଆସୁଥିଲେ । ଏହି ଘଟଣାକୁ ନେଇ ଏକ ୪୭୯/୪୧୧/୧୨୦(ବି) ମାମଲା ରୁଜୁ ହୋଇଛି । ଏହି ରାକେଟ୍‌ରେ ଆଉ କେତେ ଜଣ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ କରୁଛି ଏସଟିଏଫ୍ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details