ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ସୁସ୍ଥ ହାର ବୃଦ୍ଧି ପାଉଛି । ଏହି କ୍ରମରେ ରବିବାର ରାଜ୍ୟରେ 1815 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 77 ହଜାର 564ରେ ପହଞ୍ଚିଛି ।
ରବିବାର ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ 220 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ କଟକରେ 152, ମୟୂରଭଞ୍ଜରେ 83, ସୁନ୍ଦରଗଡରେ 97, ଅନୁଗୋଳରେ 148, କେନ୍ଦ୍ରାପଡାରେ 62, ବଲାଙ୍ଗୀରରେ 76, ଭଦ୍ରକରେ 67, ବରଗଡ଼ରେ 61, ଜଗତସିଂହପୁରରେ 60, ନୂଆପଡାରେ 58, କୋରାପୁଟରେ 49, କଳାହାଣ୍ଡିରେ 45, ବାଲେଶ୍ୱରରେ 42, ନବରଙ୍ଗପୁରରେ 39, ସମ୍ବଲପୁରରେ 39, ଝାରସୁଗୁଡାରେ 35, ମାଲକାନଗିରିରେ 34, ନୟାଗଡରେ 30, ବୌଦ୍ଧରେ 23, ଗଂଜାମରେ 23, ଢେଙ୍କାନାଳରେ 21, କନ୍ଧମାଳରେ 18, ଗଜପତିରେ 15, ସୋନପୁରରେ 15, ରାୟଗଡାରେ 12, ଦେଓଗଡରେ 7 ଏବଂ ଷ୍ଟେଟ ପୋଲ 44 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଗୋଟିଏ ଦିନରେ ରାଜ୍ୟରୁ 1815 ଆକ୍ରାନ୍ତ ସୁସ୍ଥ - କୋରୋନା
ରବିବାର ରାଜ୍ୟରେ 1815 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 77 ହଜାର 564ରେ ପହଞ୍ଚିଛି । ଅଧିକ ପଢନ୍ତୁ...
ଗୋଟିଏ ଦିନରେ ରାଜ୍ୟରୁ 1815 ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ