ଓଡିଶା

odisha

ETV Bharat / city

ରାଜ୍ୟରେ ପୁଣି 175 କୋରୋନା ପଜିଟିଭ, ଗଜପତିରୁ ସର୍ବାଧିକ 57 - ରାଜ୍ୟରେ ପୁଣି 175 କୋରୋନା ପଜିଟିଭ

ବୁଧବାର ରାଜ୍ୟର 15ଟି ଜିଲ୍ଲାରୁ 175 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ପୁଣି 175 କୋରୋନା ପଜିଟିଭ, ଗଜପତିରୁ ସର୍ବାଧିକ 57
ରାଜ୍ୟରେ ପୁଣି 175 କୋରୋନା ପଜିଟିଭ, ଗଜପତିରୁ ସର୍ବାଧିକ 57

By

Published : Jun 17, 2020, 11:19 AM IST

ଭୁବନେଶ୍ବର: ବୁଧବାର ରାଜ୍ୟର 15ଟି ଜିଲ୍ଲାରୁ 175 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4338ରେ ପହଞ୍ଚିଛି । ଅନ୍ୟପକ୍ଷରେ 1350ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ 2974 ଜଣ ସୁସ୍ଥ ହେଲେଣି । ସେହିପରି 11 ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ପୁଣି 175 କୋରୋନା ପଜିଟିଭ, ଗଜପତିରୁ ସର୍ବାଧିକ 57

ରାଜ୍ୟରେ ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 145 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ 30 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅମ୍ଫାନ କାର୍ଯ୍ୟରେ କଲିକତା ଯାଇଥିବା ଅଗ୍ନିଶମ ବିଭାଗର 21 ଜଣ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ପୁଣି 175 କୋରୋନା ପଜିଟିଭ, ଗଜପତିରୁ ସର୍ବାଧିକ 57
ରାଜ୍ୟରେ ପୁଣି 175 କୋରୋନା ପଜିଟିଭ

ମୟୂରଭଞ୍ଜରେ 5 ଜଣ ଆକ୍ରାନ୍ତ ରହିଥିବା ବେଳେ ଖୋର୍ଦ୍ଧାରେ 25ଜଣ ସେହିପରି ସୁନ୍ଦରଗଡରେ 5, କଟକରେ 3, ଜଗତସିଂହପୁରରେ 7, ଝାରସୁଗୁଡାରେ 1, ବାଲେଶ୍ବରରେ 6, କେନ୍ଦ୍ରାପଡାରେ 1, ନୂଆପଡାରେ 4, କନ୍ଧମାଳରେ 7, ବରଗଡରେ 11, ପୁରୀରେ 18, ଗଜପତିରେ 57, ବଲାଙ୍ଗୀରରେ 3, ଗଂଜାମରେ 1 ଓ ଅଗ୍ନିଶମ ବିଭାଗର 21 ଜଣ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 2ଲକ୍ଷ 8ହଜାର 4ଶହ 72ଟି ନମୁନା ଟେଷ୍ଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details