ଓଡିଶା

odisha

By

Published : Nov 26, 2019, 12:33 PM IST

ETV Bharat / city

ରାଜ୍ୟର ୧୭,୧୨୯ ଗାଁକୁ ନାହିଁ ରାସ୍ତା

ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଦେଲେ ଗୁରୁତ୍ବପୂର୍ଣ୍ଣ ସୁଚନା । ରାଜ୍ୟରେ ଏବେ ମଧ୍ୟ ୧୭,୧୨୯ ଗାଁକୁ ରାସ୍ତା ନାହିଁ ବୋଲି କହିଲେ ବିଭାଗୀୟ ମନ୍ତ୍ରୀ ।

village
ଫାଇଲ୍ ଫଟୋ

ଭୁବନେଶ୍ବର: ରାସ୍ତା ନଥିବା ଗାଁ ଓ ପଡା ଗାଁକୁ ନେଇ ବିଧାନସଭାରେ ଉଦବେଗ । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାପଦଣ୍ଡ ପୁରଣ କରୁଥିଲେ ବି ଅନେକ ଗାଁକୁ ରାସ୍ତା କରାଯାଉନାହିଁ ବୋଲି ଅଭିଯୋଗ ଆଣିଛନ୍ତି ସବୁ ଦଳର ବିଧାୟକ ।

ଠିକାଦାର ନିମ୍ନମାନର କାମ କରିବା ସହ ଅଧାରୁ କାମ ଛାଡ଼ି ପଳାଇ ଯିବାର ଅଭିଯୋଗ ଆଣିଲେ ଶାସକ ଦଳ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଅଶୋକ ବଳ, ମନୋହର ରନ୍ଧାରି । ବିଜେପି ଓ କଂଗ୍ରେସ ବିଧାୟକ ବି ନିଜ ଅଞ୍ଚଳର ଗାଁ କଥା ଉଠାଇ ଘେରିଲେ ।

ଜିଲ୍ଲାୱାରି ବିଧାୟକଙ୍କୁ ଡାକି ସମସ୍ୟା ସମାଧାନ କରିବାକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ସେପଟେ ଏହି ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ଗାଇଡଲାଇନ ଅନୁସାରେ ଚିହ୍ନଟ ୧୮,୪୭୭ ଗାଁ ରୁ ୧,୩୨୭ ଗାଁ କୁ ରାସ୍ତା ହୋଇ ସାରିଛି । ବୁଡି ଓ ଅଭୟାରଣ୍ୟ ଯୋଗୁ ୨୧ ଗାଁ କୁ ରାସ୍ତା ହୋଇପାରିବ ନାହିଁ । ୧୭,୧୨୯ ଗାଁ କୁ ରାସ୍ତା ପାଇଁ ପ୍ରସ୍ତାବ ଅଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ସେହିପରି ୮୩୮ ଗାଁକୁ ସଂଯୋଗ ପାଇଁ ଏବେ ରାସ୍ତା କାମ ଚାଲିଛି ବୋଲି ବିଧାନସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details