ଓଡିଶା

odisha

By

Published : Jun 19, 2020, 11:03 AM IST

Updated : Jun 19, 2020, 11:58 AM IST

ETV Bharat / city

ରାଜ୍ୟରେ ପୁଣି 165 ନୂଆ କୋରୋନା ଆକ୍ରାନ୍ତ, ସୁସ୍ଥ ହେଲେ 57

ଶୁକ୍ରବାର ରାଜ୍ୟର 17 ଜିଲ୍ଲାରୁ 165 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4677ରେ ପହଞ୍ଚିଛି ।

ରାଜ୍ୟରେ ପୁଣି 165 ନୂଆ କୋରୋନା ଆକ୍ରାନ୍ତ, ସୁସ୍ଥ ହେଲେ 57
ରାଜ୍ୟରେ ପୁଣି 165 ନୂଆ କୋରୋନା ଆକ୍ରାନ୍ତ, ସୁସ୍ଥ ହେଲେ 57

ଭୁବନେଶ୍ବର: ଶୁକ୍ରବାର ରାଜ୍ୟର 17 ଜିଲ୍ଲାରୁ 165 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4677ରେ ପହଞ୍ଚିଛି । ଅନ୍ୟପକ୍ଷରେ 1519ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ 3144 ଜଣ ସୁସ୍ଥ ହେଲେଣି । ସେହିପରି 11 ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ପୁଣି 165 ନୂଆ କୋରୋନା ଆକ୍ରାନ୍ତ, ସୁସ୍ଥ ହେଲେ 57
ରାଜ୍ୟରେ ପୁଣି 165 ନୂଆ କୋରୋନା ଆକ୍ରାନ୍ତ, ସୁସ୍ଥ ହେଲେ 57

ରାଜ୍ୟରେ କୋରୋନା ପଜିଟିଭ ସଂଖ୍ୟା 4 ହଜାର ପାର ହୋଇଥିବା ବେଳେ ଆଜି ପୁଣି 165 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 25 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ 140 ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ 8 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜୟପୁରରେ 8 ଜଣ, ନବରଙ୍ଗପୁରରେ 3 ଜଣ, ନୟାଗଡରେ 1, ପୁରୀରେ 1, କଟକରେ 20, ଜଗତସିଂହପୁରରେ 1, ଝାରସୁଗୁଡାରେ 2, ଅନୁଗୁଳରେ 1, ବାଲେଶ୍ବରରେ 21, ମାଲକାନଗିରିରେ 1, ଗଂଜାମରେ 41, ସୁନ୍ଦରଗଡରେ 6, ବଲାଙ୍ଗୀରରେ 2, ମୟୂରଭଞ୍ଜରେ 3, କୋରାପୁଟରେ 1 ଓ 11 ଜଣ ପଶ୍ଚିମବଙ୍ଗରୁ ଫେରିଥିବା ଅଗ୍ନିଶମ , ଏନଡିଆରଏଫ କର୍ମଚାରୀ ରହିଛନ୍ତି ।

ରାଜ୍ୟରେ ପୁଣି 165 ନୂଆ କୋରୋନା ଆକ୍ରାନ୍ତ, ସୁସ୍ଥ ହେଲେ 57

ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 2ଲକ୍ଷ 16ହଜାର 6ଶହ 7 ଜଣଙ୍କ କୋରୋନା ଟେଷ୍ଟ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jun 19, 2020, 11:58 AM IST

ABOUT THE AUTHOR

...view details