ଓଡିଶା

odisha

ଚିନ୍ତା ବଢାଇଲାଣି ବ୍ଲାକ ଫଙ୍ଗସ, ଓଡିଶାରୁ 15 ଆକ୍ରାନ୍ତ ଚିହ୍ନଟ

By

Published : May 22, 2021, 4:55 PM IST

Updated : May 22, 2021, 5:08 PM IST

ରାଜ୍ୟରେ 15 ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଚ ହେବା ପରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅଧିକ ପଢନ୍ତୁ....

ଚିନ୍ତା ବଢାଇଲାଣି ବ୍ଲାକ ଫଙ୍ଗସ, ଓଡିଶାରୁ 15 ଆକ୍ରାନ୍ତ ଚିନ୍ହଟ
ଚିନ୍ତା ବଢାଇଲାଣି ବ୍ଲାକ ଫଙ୍ଗସ, ଓଡିଶାରୁ 15 ଆକ୍ରାନ୍ତ ଚିନ୍ହଟ

ଭୁବନେଶ୍ବର: ରାଜ୍ୟରେ 15 ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଚ ହେବା ପରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଦେଶରେ ବ୍ଲାକ ଫଙ୍ଗସ 8 ହଜାର 848 ଜଣ ହୋଇଥିବା ବେଳେ ଓଡିଶାରୁ ମାତ୍ର 15 ଜଣ ଚିହ୍ନଟ ହୋଇଛନ୍ତି। ତେବେ ଏନେଇ ଚିନ୍ତା ବଢିବାରେ ଲାଗିଛି । ଦେଶରେ କରୋନା ସଂକ୍ରମଣକୁ ନେଇ ଚିନ୍ତାରେ ସରକାର ରହିଥିବାବେଳେ ଏବେ ବ୍ଲାକ ଫଙ୍ଗସର ଭୟ ଘାରିଛି।

ଚିନ୍ତା ବଢାଇଲାଣି ବ୍ଲାକ ଫଙ୍ଗସ, ଓଡିଶାରୁ 15 ଆକ୍ରାନ୍ତ ଚିହ୍ନଟ

କରୋନା ସଂକ୍ରମଣ ଭଳି ବ୍ଲାକ ଫଙ୍ଗସ ମଧ୍ୟ ଦ୍ରୁତ ଗତିରେ ମାଡିବାରେ ଲାଗିଛି। ଦେଶରେ 8 ହଜାର 848 ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବାବେଳେ ଓଡିଶାରୁ ମାତ୍ର 15 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବ୍ଲାକ ଫଙ୍ଗସ ପାଇଁ ଆମପଟେରିସୀନ-ବି ଇଞ୍ଜେକ୍ସନର ଚାହିଦା ବୃଦ୍ଧି ପାଉଛି ଯାହା କେନ୍ଦ୍ର ସରକାର ଏନେଇ ସୂଚନା ଦେଇଛନ୍ତି। ଯାହା ମୋଟ ଆକାରରେ 23 ହଜାର 680 ଭାଏଲ ରାଜ୍ୟମାନଙ୍କୁ ପ୍ରଦାନ କରିଥିବା ବେଳେ ଓଡିଶାକୁ ମାତ୍ର 50 ଭାଏଲ ପ୍ରଦାନ କରିଛଂଟି କେନ୍ଦ୍ର ସରକାର।

ଚିନ୍ତା ବଢାଇଲାଣି ବ୍ଲାକ ଫଙ୍ଗସ, ଓଡିଶାରୁ 15 ଆକ୍ରାନ୍ତ ଚିହ୍ନଟ


ତେବେ ଦେଶରେ ଗୁଜୁରାଟରେ ସର୍ବାଧିକ ଭାବରେ ବ୍ଳକ ଫଙ୍ଗସ 2281 କଣ ଆକ୍ରାନ୍ତ ହୋଇଥିବାବେଳେ ଅନ୍ଦ୍ରପ୍ରେଦେଶରେ 910 ଜଣ, ହରିଆଣାରେ 250 ଜଣ, କରନାଟକରେ 500 ଜଣ ମଧ୍ୟ ପ୍ରଦେଶରେ 720 ଜଣ, ମହାରାଷ୍ଟ୍ରରେ 2000 ଜଣ ରାଜସ୍ଥାନରେ 700 ଜଣ ଓ ତେଲେଙ୍ଗାନାରେ 350 ଜଣ ଆକ୍ରାନ୍ତ ହୋଇଥିବାବେଳେ ଓଡ଼ିଶାରେ ମାତ୍ର 15 ଜଣ ଆକ୍ରାନ୍ତ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : May 22, 2021, 5:08 PM IST

ABOUT THE AUTHOR

...view details